୫୦ ହଜାର କର୍ମଚାରୀଙ୍କୁ ୧୦ ଦିନ ଛୁଟି, ମିଳିବ ଦରମା

Surat Diamond Company: ବ୍ୟବସାୟ ଜଗତରେ ଅନେକ ଥର ଏପରି ନିଷ୍ପତ୍ତି ନିଆଯାଇଥାଏ । ଯାହାକୁ ନେଇ ସବୁଠି ଚର୍ଚ୍ଚା ହୋଇଥାଏ ଏବଂ ହେଡଲାଇନରେ ମଧ୍ୟ ରହିଥାଏ । ସୁରଟରେ ଏକ ହୀରା କମ୍ପାନୀ ଦ୍ୱାରା ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଛି। କମ୍ପାନୀ ପ୍ରାୟ 50 ହଜାର କର୍ମଚାରୀଙ୍କୁ ଏକ କାଳିନ ଛୁଟି ଦେବାର ନିଷ୍ପତ୍ତି ନେଇଛି । ସମସ୍ତ କର୍ମଚାରୀ 17 ରୁ 27 ଅଗଷ୍ଟ ପର୍ଯ୍ୟନ୍ତ ଛୁଟିରେ ରହିବେ । ହେଲେ କଟିବ ନାହିଁ ଦରମା ।

ସୂଚନା ଅନୁସାରେ ଛୁଟି ମିଳିବା ସହ ସମସ୍ତ କର୍ମଚାରୀଙ୍କୁ ଦରମା ମଧ୍ୟ ମିଳିବ । ହେଲେ କମ୍ପାନୀ ପକ୍ଷରୁ ମିଳୁଥିବା ଛୁଟିକୁ ନେଇ ବର୍ତ୍ତମାନ ଅନେକ କର୍ମଚାରୀ ଚିନ୍ତାରେ ଅଛନ୍ତି । ଆନ୍ତର୍ଜାତୀୟ ବଜାରରେ ପଲିସ୍ ହୀରାର ଚାହିଦା ମନ୍ଥର ହେତୁ ଏହି ପଦକ୍ଷେପ ନେବାକୁ ପଡିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଜାରି କରାଯାଇଛି । କିରଣ ରତ୍ନ କମ୍ପାନୀ ହୀରା କ୍ଷେତ୍ରରେ ବିମୁଦ୍ରାକରଣର ଉଦାହରଣ ଦେଇଛି ।

Diamond Company

Kiran Gems Companyର ୱେବସାଇଟ୍ ଅନୁଯାୟୀ ଏହା ବିଶ୍ୱର ସର୍ବବୃହତ ପ୍ରାକୃତିକ ହୀରା ଉତ୍ପାଦନକାରୀ କମ୍ପାନୀ ଚେୟାରମ୍ୟାନ୍ କହିଛନ୍ତି ଯେ, କର୍ମଚାରୀମାନଙ୍କୁ 10 ଦିନ ଛୁଟିରେ ପଠାଯାଉଛି। ଏଥିପାଇଁ ଆମେ ସମସ୍ତଙ୍କୁ ଦରମା ଦେବୁ , ହେଲେ ଏଥିରେ ସାମାନ୍ୟ କଟା ହେବ । ହୀରା ସେକ୍ଟରରେ ବିମୁଦ୍ରାକରଣ ହେତୁ ଆମକୁ ଏହି ନିଷ୍ପତ୍ତି ନେବାକୁ ପଡିଲା। ଏହି ଆର୍ଥିକ ମନ୍ଥରତା ଆମକୁ ଅସୁବିଧାରେ ପକାଇଛି । କଠିନ ହୀରାର ଯୋଗାଣ ହ୍ରାସ ପାଉଛି। ଏହା ବ୍ୟତୀତ ପଲିସ୍ ହୀରାର ରପ୍ତାନି ଚାହିଦା ମଧ୍ୟ ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+