ମୋଦିଙ୍କ କାର୍ଟୁନ ବନାଇଲା ଟିଏମସି, ଅମିତ ମାଲଭିଆ କହିଲେ ମୋଦିଙ୍କ ଜୀବନ ....
କୋଲକାତା: ତୃଣମୂଲ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ପୁଣି ଥରେ ବୟାନ ବାଜି ଆରମ୍ଭ ହୋଇ ଯାଇଛି ଯେତେବେଳେ ତୃଣମୂଲ କଂଗ୍ରେସ ସୋସିଆଲ ମିଡିଆରେ ଏକ କାର୍ଟୁନ୍ ସେୟାର କରିଥିଲା । ଆଉ ଟିଏମସିର ଏହି କାର୍ଟୁନ ସୋୟାର ହେବା ପରେ ଆରମ୍ଭ ହୋଇଛି ବୟାନ ବାଜି ।
ଏହି କାର୍ଟୁନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦର୍ଶାଯାଇଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ପାହାଡରୁ ଠେଲି ଦେଉଥିବାର ନଜର ଆସିଛନ୍ତି ଯେଉଁଠାରେ ପିଏମ ମୋଦି ଏବଂ ଅନ୍ୟ ନେତାଙ୍କ ସହ ଏକ ସିଡ଼ି ବ୍ୟବହାର କରି ଚଢ଼ିବାକୁ ଉପରକୁ ଆସିବାକୁ ଚେଷ୍ଟା କରୁଛନ୍ତି । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆ ଟିଏମସି ଦ୍ୱାରା ପୋଷ୍ଟ କରାଯାଇଥିବା କାର୍ଟୁନ୍ ଉପରେ ଗୁରୁତର ଆଶଙ୍କା ପ୍ରକାଶ କରି ଏହାକୁ ସିଧା ଧମକ ବୋଲି କହିଛନ୍ତି ।

ସେ କହିଛନ୍ତି ଏହି ଚିତ୍ରକୁ ନିନ୍ଦା କରିବା ପାଇଁ କୌଣସି ଶବ୍ଦ ଯଥେଷ୍ଟ ହୋଇପାରିବ ନାହିଁ, ଯାହା ଟିଏମସିରୁ ଆମର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ପଶ୍ଚିମ ବଙ୍ଗ ବିଜେପି ନେତାଙ୍କ ଜୀବନ ପ୍ରତି ସିଧାସଳଖ ବିପଦ ବୋଲି ବିବେଚନା କରାଯାଇପାରେ ବୋଲି ମାଲଭିଆ କହିଛନ୍ତି । ସେ କହିଛନ୍ତି ଯେ ଦୃଷ୍ଟାନ୍ତ ଏବଂ ଏହାର ସାଥିରେ ଥିବା କ୍ୟାପସନ୍ ଏକ ବିବ୍ରତ ବାର୍ତ୍ତା ଦେଇଥାଏ ଏବଂ ଦଳର ନେତାଙ୍କ ବିରୁଦ୍ଧରେ ଏକ ଖରାପ ଉଦ୍ଦେଶ୍ୟ ପ୍ରତିଫଳିତ କରିଥାଏ । ଭାରତ ର ନିର୍ବାଚନ ଆୟୋଗ (ଇସିଆଇ) ବିଳମ୍ବ ହେବା ପୂର୍ବରୁ କୌଣସି କାର୍ଯ୍ୟନୁଷ୍ଠାନ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।












Click it and Unblock the Notifications