ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ ଏହି ବଜେଟ୍, ରାଜନାଥ ସିଂହ
ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟକୁ ବର୍ତ୍ତମାନ ପ୍ରଶଂସା କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍ ଏକ ମହାନ ବଜେଟ୍ । ଏହି ବଜେଟରେ ସମାଜର ସମସ୍ତ ବର୍ଗକୁ ଧ୍ୟାନ ରଖାଯାଇଛି । ଏହି ବଜେଟ୍ ଯୁବ, ଗରିବ, ଚାଷୀ, ମହିଳା ଏବଂ ସମାଜର ସମସ୍ତ ବର୍ଗ ଏବଂ କ୍ଷେତ୍ରର ବିକାଶକୁ ପ୍ରୋତ୍ସାହିତ କରିବ ।
2025-26 ଆର୍ଥିକ ବର୍ଷ ପାଇଁ ବଜେଟ, ପ୍ରତିରକ୍ଷା ମନ୍ତ୍ରଣାଳୟକୁ 6.81 ଲକ୍ଷ କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି, ଯାହା ଗତ ବର୍ଷର ବଜେଟ୍ ଆବଣ୍ଟନ ତୁଳନାରେ ପ୍ରାୟ 9.5 ପ୍ରତିଶତ ଅଧିକ ଏବଂ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଆମ ସରକାରଙ୍କ ପ୍ରାଥମିକତା ହୋଇଛି ଏବଂ ଏଥିପାଇଁ ମଧ୍ୟ 2025-26 ରେ 1.80 ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆବଣ୍ଟନ କରାଯାଇଛି, ଯାହା ଆମର ବାହିନୀର କ୍ଷମତାକୁ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି କରିବ ।












Click it and Unblock the Notifications