କେବେ ଆସିବ କରୋନାର ତୃତୀୟ ଲହର ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ଦେଶରେ ଆଗାମୀ 6ରୁ 8 ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଛି। ଏହାରି ଭିତରେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦେଶରେ ଆଗାମୀ 6ରୁ 8 ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। ତେବେ ତୃତୀୟ ଲହରକୁ ରୋକା ଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ପରେ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଲେନି।













Click it and Unblock the Notifications