ଘରେ ପଶି ୩ ଜଣଙ୍କୁ ହତ୍ୟା କଲା ଦୁବୃର୍ତ୍ତ; ତଦନ୍ତ ଆରମ୍ଭ କଲା ପୋଲିସ

ଦିବା ଆଲୋକରେ ଘରେ ପଶି ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା । ଘରେ ପଶି ସ୍ବାମୀ ପତ୍ନୀ ଏବଂ ଝିଅକୁ ହତ୍ୟା କଲେ ଦୁର୍ବୃତ୍ତ । ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳର ଦେବାଲୀରେ ଘଟିଛି ଏହି ବୀଭତ୍ସ ହତ୍ୟା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

delhi

ସୂଚନା ଅନୁସାରେ, ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳର ଦେବାଲୀରେ ପରିବାରର ୩ଜଣଙ୍କୁ ହତ୍ୟା କରାଯାଇଛି । ଘରେ ପଶି ୩ ଜଣଙ୍କୁ ମାରିଦିଆଯାଇଥିବା ଜଣାପଡିଛି । ମୃତକମାନେ ହେଲେ ସ୍ୱାମୀ ରାଜେଶ(୫୩), ପତ୍ନୀ କୋମଲ(୪୭) ଏବଂ ଝିଅ କବିତା(୨୩) । ସୂଚନା ଅନୁସାରେ, ରାଜେଶଙ୍କ ପୁଅ ସକାଳ ୫ଟାରେ ୱାର୍କ କରିବା ପାଇଁ ଯାଇଥିଲେ । ଯେତେବେଳେ ୭ଟା ବେଳକୁ ସେ ଘରକୁ ଫେରିଥିଲେ, ସେତେବେଳେ ସମସ୍ତଙ୍କର ମୃତଦେହ ପଡିଥିବାର ଦେଖିଥିଲେ । ତେବେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଆଜି ତାଙ୍କର ବିବାହ ବାର୍ଷିକ ରହିଥିଲା । ଏନେଇ ପ୍ରଥମେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ହତ୍ୟା ସକାଳ ୫ ରୁ ୭ ମଧ୍ୟରେ ହୋଇଥିବା ପୋଲିସ ଅନୁମାନ କରୁଛି । ମୃତକମାନଙ୍କୁ ପୋଷ୍ଟମଟମ ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । କେଉଁ କାରଣରୁ ଏଭଳି କାଣ୍ଡ ଘଟିଲା ତାହା ଜଣା ପଡିନାହିଁ । ପୋଲିସ ଘଟଣାସ୍ଥଳରେ ପଚରାଉଚରା ଜାରି ରଖିଛି । ତେବେ ଘରୁ କୌଣସି ଜିନିଷ ଚୋରି ହୋଇଥିବା ଜଣାପଡିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+