Get Updates
Get notified of breaking news, exclusive insights, and must-see stories!

LPG Cylinder Price: ଏହି ରାଜ୍ୟରେ ବର୍ଷକୁ ୩ଟି ଗ୍ୟାସ ସିଲିଣ୍ଡର ମିଳିବ ମାଗଣାରେ

LPG Cylinder Price: ଦେଶର ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯାହା ମଧ୍ୟରୁ ଗୋଟିଏ ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଉଜୱାଲା ଯୋଜନା। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବ ମହିଳାଙ୍କୁ ବର୍ଷକୁ 300 ଟଙ୍କା ସବସିଡିଯୁକ୍ତ ସିଲିଣ୍ଡର ପ୍ରଦାନ କରୁଛନ୍ତି। ସାଧାରଣ ଗ୍ୟାସ୍ ସିଲିଣ୍ଡର 803 ଟଙ୍କାରେ ଉପଲବ୍ଧ ଥିବାବେଳେ, ଉଜୱାଲା ଯୋଜନାର ହିତାଧିକାରୀମାନେ ଏହି ଯୋଜନା ଅଧୀନରେ 300 ଟଙ୍କା ରିହାତି ପାଇବେ।

ସେମାନଙ୍କୁ ସିଲିଣ୍ଡର ପିଛା 503 ଟଙ୍କା ଦେବାକୁ ପଡିବ। ବର୍ତ୍ତମାନ ମଧ୍ୟ କେନ୍ଦ୍ର ସରକାରଙ୍କ ପରି ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ମଧ୍ୟ ମହିଳାମାନଙ୍କ ସୁବିଧା ପାଇଁ ଗ୍ୟାସ ମୂଲ୍ୟ କମାଇପାରନ୍ତି । ବର୍ତ୍ତମାନ ମହାରାଷ୍ଟ୍ରର ମହିଳାମାନେ ଗୋଟିଏ ବର୍ଷରେ ତିନୋଟି ଗ୍ୟାସ ସିଲିଣ୍ଡର ମାଗଣାରେ ପାଇବେ ।

LPG cylinders

'ମୁଖ୍ୟମନ୍ତ୍ରୀ ମେରୀ ଲାଡଲି ବେହନ ଯୋଜନା' ହେଉଛି ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଯୋଜନା, ଯାହା ଅଧୀନରେ ରାଜ୍ୟ ସରକାର ଗରିବ ମହିଳାମାନଙ୍କୁ ପ୍ରତି ମାସରେ 1500 ଟଙ୍କା ଦେବା ନେଇ ଘୋଷଣା କରାଯାଇଛି । ଏଣିକି ରାଜ୍ୟ ସରକାର ଏକ ବର୍ଷରେ ମହିଳାମାନଙ୍କୁ ତିନୋଟି ମାଗଣା ଗ୍ୟାସ ସିଲିଣ୍ଡର ଦେବା ନେଇ ନିଷ୍ପତ୍ତି ନେଇଛନ୍ତି ।
ତେବେ ସରକାର ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ନେଇ ସୂଚନା ରହିଛି ।

ରାଜ୍ୟ ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ମାଗଣା ଗ୍ୟାସ ସିଲିଣ୍ଡରର ଲାଭ କେବଳ ସେହି ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନଙ୍କ ନାମରେ ପୂର୍ବରୁ ଗ୍ୟାସ କନେକ୍ସନ ରହିଛି ।
ତେବେ ପରିବାରର କେବଳ ଜଣେ ସଦସ୍ୟ ମୁଖ୍ୟମନ୍ତ୍ରୀ 'ମେରୀ ଲାଡଲି ବେହେନ ଯୋଜନା' ର ଲାଭ ପାଇପାରିବେ । ଏଭଳି ପରିସ୍ଥିତିରେ ଗୋଟିଏ ବର୍ଷରେ 14.2 କିଲୋଗ୍ରାମର ତିନୋଟି ଗ୍ୟାସ ସିଲିଣ୍ଡର ପାଇବେ । ଜୁଲାଇ 1, 2024 ପରେ ଜାରି କରାଯାଇଥିବା ରାସନ କାର୍ଡଧାରୀମାନେ ଏହି ସୁବିଧା ପାଇବେ ନାହିଁ ।

ଉଜ୍ୱଳା ଯୋଜନାର ଆରମ୍ଭ ସରକାର 2016ରେ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 9 କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଲାଭ ପାଉଛନ୍ତି ଯାହାଙ୍କୁ ସିଲିଣ୍ଡର ପିଛା 300 ଟଙ୍କା ସବସିଡି ମିଳୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+