ଅସାମାଜିକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ରାଜନୈତିକ ହିଂସା, ଗୁଜବ ଏବଂ ଅସାମାଜିକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି । ଶାନ୍ତି ଏବଂ ଅଖଣ୍ଡତା ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ଜାରି କରି ସେ ପଶ୍ଚିମବଙ୍ଗରେ ବିଶୃଙ୍ଖଳା ସୃଷ୍ଟି ପାଇଁ ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଦାୟୀ ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟରେ ହିଂସାତ୍ମକ ଘଟଣାରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ମୁର୍ଶିଦାବାଦ ହିଂସା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦବୋଷ କହିଛନ୍ତି । ମୁଶିଦାବାଦ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗତକାଲି ପରିଦର୍ଶନ କରି କୋଲକାତାକୁ ପ୍ରତ୍ୟାବର୍ତ୍ତନ ସମୟରେ ରାଜ୍ୟପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଭାବିତ ଅଞ୍ଚଳର ସ୍ଥିତି ନେଇ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ସେଠାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ ମୁତୟନ ହେବା ପରେ ପରିସ୍ଥିତିରେ ଅନେକ ସୁଧାର ଆସିଛି
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା





Click it and Unblock the Notifications