ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ପୋଲିସ ଆଗରେ ଖୋଲିଲା ଗୁମର
ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଯୁବକକୁ ପୋଲିସ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି । ଆଜି ସକାଳେ ଗିରଫ ହୋଇଥିବା ଯୁବକକୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାକୁ ପଚରାଉଚରା କରାଯିବା ପରେ ପୋଲିସ ହେପାଜତକୁ ନେଇଛି ।
କୋର୍ଟରେ ପ୍ରଥମେ ଅଭିଯୁକ୍ତର ନାମ ପଚରାଯିବା ସହିତ ଅନ୍ୟ ପ୍ରଶ୍ନ ପଚରାଯାଇଥିଲା । ତେବେ ପୋଲିସ ଗିରଫ କରିଥିବା ଯୁବକ ବାଂଲାଦେଶୀ ବୋଲି ଜଣାପଡିଛି । ତେବେ ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରି ଉଦ୍ଦେଶ୍ୟରେ ସେ ସୈଫଙ୍କ ମୁମ୍ବାଇ ସ୍ଥିତ ବାନ୍ଦ୍ରା ଆପାର୍ଟମେଣ୍ଟରେ ପଶିଥିଲା। ସେହିଭଳି ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଘଟଣାରେ ବିଦେଶୀ ଷଡ଼ଯନ୍ତ୍ର ଥିବା ନେଇ ପୋଲିସ ଯେଉଁ ଯୁକ୍ତି ରଖିଛି ତାହା ଖାରଜ କରାଯାଇପାରିବନି।
ପ୍ରକୃତଷର ପୋଲିସ ଅଦାଲତରେ ରଖିଥିବା ଯୁକ୍ତି ଅନୁଯାୟୀ, ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ଥିଲା । ତାହାର ଏଭଳି କରିବା ପଛରେ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା ଜାରି ରହିଛି। ପୋଲିସ କୋର୍ଟଙ୍କୁ ଏହା ମଧ୍ୟ କହିଛି ଯେ, ମାମଲାରେ ବିଦେଶୀ ଲିଙ୍କ୍ ରହିଛି କି' ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ଆଉ ପୋଲିସର ଆବେଦନ ଅନୁସାରେ କୋର୍ଟ କହିଛନ୍ତି ଆବେଦନ ପକ୍ଷ ଦ୍ବାରା ଲଗାଯାଇଥିବା ଅନ୍ତର୍ଜାତୀୟ ଷଡ଼ଯନ୍ତ୍ରର ଅଭିଯୋଗକୁ ଅସମ୍ଭବ କୁହାଯାଇପାରିବନି।

ପୋଲିସର କହିବା ଅନୁଯାୟୀ, ପଚରାଉଚରା ସମୟରେ ଅଭିଯୁକ୍ତ ଆକ୍ରମଣକାରୀ କହିଥିଲା ଯେ, ସେ ଦ୍ୱାଦଶ ପାସ ଏବଂ ଭଲ ଚାକିରି ଖୋଜିବାରେ ମୁମ୍ବାଇ ଆସିଥିଲେ। ଅଭିଯୁକ୍ତ ବର୍ତ୍ତମାନ ବେକାର ଥିଲା ଏବଂ ତାକୁ ବାଂଲାଦେଶ ଫେରିବାର ଥିଲା। ଯାହା ପାଇଁ ତାକୁ ୫୦,୦୦୦ ଟଙ୍କା ଆବଶ୍ୟକ ଥିଲା, ଫଳରେ ସେ ଚୋରି କରିବାକୁ ନିଷ୍ପତ୍ତି ନେଇଥିଲା।
ସୈଫ ଅଲ୍ଲୀ ଖାନଙ୍କ ଘର କାହିଁକି ଟାର୍ଗେଟ କରାଯାଇଥିଲା?
ସେ ସୈଫ ଅଲ୍ଲୀ ଖାନଙ୍କ କୋଠାକୁ ଟାର୍ଗେଟ କରିଥିଲେ କାରଣ ସେ ଦେଖିଥିଲେ ଯେ ସମସ୍ତ ଫାଟକରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ ଏବଂ ଭିତରକୁ ପ୍ରବେଶ କରିବା ସହଜ ମନେ ହେଉଥିଲା। ଜଣେ ଅଧିକାରୀ କହିଛନ୍ତି, ଅପରାଧ କରିବା ପରେ, ଅଭିଯୁକ୍ତ ଗୀତାଞ୍ଜଳି ଏକ୍ସପ୍ରେସ ମାଧ୍ୟମରେ କୋଲକାତା ପଳାଇବାକୁ ଏବଂ ସେଠାରୁ ବାଂଲାଦେଶ ପଳାଇବାକୁ ଯୋଜନା କରୁଥିଲା। ସେ ତାର ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଥାନେରେ ଧରାପଡ଼ିଯାଇଥିଲା।












Click it and Unblock the Notifications