ମେ' ପହିଲାରୁ ବଦଳିବ ଏସବୁ ନିୟମ, ପ୍ରଭାବିତ ହେବ କି ଆପଣଙ୍କ ପକେଟ ?
NEW RULES FROM MAY : ମେ' ମାସରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ପକେଟ ଉପରେ ପଡ଼ିପାରେ । ଟ୍ରେନ ଟିକଟ ବୁକିଂଠାରୁ ଆରମ୍ଭ କରି ATM ଟଙ୍କା ଉଠାଣ ପର୍ଯ୍ୟନ୍ତ, ୧ ମେ' 2025ରୁ ଅନେକ ବଡ଼ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି ।
. ଟ୍ରେନ୍ ଟିକେଟ୍ ବୁକିଂରେ ପରିବର୍ତ୍ତନ:
୧ ମେ'ରୁ ଟ୍ରେନ୍ ଟିକେଟ ବୁକିଂ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ରେଳବାଇର ନୂତନ ନିୟମ ଟିକେଟ ବୁକିଂ, ଭଡ଼ା ଏବଂ ରିଫଣ୍ଡ ପ୍ରକ୍ରିୟାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।
ୱେଟିଂ ଟିକେଟ: ସ୍ଲିପର୍ କିମ୍ବା ଏସି କୋଚ୍ରେ ବୈଧ ବିବେଚିତ ହେବ ନାହିଁ । କେବଳ ଜେନେରାଲ କୋଚରେ ୱେଟିଂ ଟିକେଟରେ ଯାତ୍ରା ସମ୍ଭବ ହେବ ।
ଆଡଭାନ୍ସ ରିଜର୍ଭେସନ ପିରିୟଡ (ଆଗୁଆ ସଂରକ୍ଷଣ ଅବଧି): ଏହାକୁ ୧୨୦ ଦିନରୁ ୬୦ ଦିନକୁ ହ୍ରାସ କରାଯାଇପାରେ ।
ରେଲୱେ ଚାର୍ଜ: ରେଳବାଇ ତିନୋଟି ପ୍ରମୁଖ ଚାର୍ଜ ମଧ୍ୟ ବୃଦ୍ଧି କରିପାରେ (ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ)।
ଏଫଡି ଏବଂ ସଞ୍ଚୟ ଖାତା ନିୟମରେ ପରିବର୍ତ୍ତନ:
୧ ମେ', ୨୦୨୫ ଠାରୁ, ଫିକ୍ସଡ୍ ଡିପୋଜିଟ (Fixed Deposit ) ଏବଂ ସଞ୍ଚୟ ଖାତା ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । ଏହି ପରିବର୍ତ୍ତନଗୁଡ଼ିକରେ ସୁଧ ହାର ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଏଟିଏମ୍ ଉଠାଣ ଚାର୍ଜ ବୃଦ୍ଧି ହେବାର ସମ୍ଭାବନା ଅଛି । ତଥାପି, ଏଫଡି ଏବଂ ସଞ୍ଚୟ ଆକାଉଣ୍ଟ ସୁଧ ହାର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ଦେଶର ୧୧ଟି ରାଜ୍ୟରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRBs)ର ମିଶ୍ରଣ ହେବ । "ଗୋଟିଏ ରାଜ୍ୟ, ଗୋଟିଏ RRB" ଯୋଜନା ଅଧୀନରେ ୧ ମେ', ୨୦୨୫ରୁ ଏହା କାର୍ଯ୍ୟକାରୀ କରାଯାଇପାରେ । ପରିଚାଳନା ଦକ୍ଷତାରେ ସୁଧାର ଆଣିବା ଏବଂ ଖର୍ଚ୍ଚ ହ୍ରାସ କରିବା ଏହାର ଉଦ୍ଦେଶ୍ୟ । ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ଏକତ୍ରୀକରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ୧୧ଟି ରାଜ୍ୟ ହେଉଛନ୍ତି, ଓଡିଶା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଗୁଜୁରାଟ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ।












Click it and Unblock the Notifications