ମେ' ମାସରୁ ବଦଳିଯିବ ଏହି ସବୁ ନିୟମ, ବ୍ୟାଙ୍କରେ ରଖିବାକୁ ପଡିବ ବାଲାନ୍ସ
News: ଏକ ନୂଆ ମାସ ଆରମ୍ଭ ହେବା ସହ ଅନେକ ପୁରୁଣା ନିୟମ ବଦଳିଯାଇଥାଏ । ଖାସ କରି ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇବାର ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସେହିପରି ଗ୍ୟାସ୍ ଓ ପେଟ୍ରୋଲ ଦର ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
ଏଣିକି ପ୍ରତି ଟ୍ରାଞ୍ଜାକ୍ସନରେ ଲାଗିବ ଚାର୍ଜ
ମେ ୧'ତାରିଖରୁ ATM'ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ । ପ୍ରତିଟି ଟ୍ୟାକ୍ସ ଟ୍ରାଞ୍ଜାକ୍ସନ ପାଇଁ ଦୁଇ ଟଙ୍କା ଚାର୍ଜ ଲାଗିବ । ନନ୍ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍ ଯେମିତିକି, ବାଲାନ୍ସ ଚେକ୍, ମିନି ଷ୍ଟେଟମେଣ୍ଟ ବାହର କରିବା, ଏଟିଏମ୍ ପିନ୍ ଚେଞ୍ଜ କରିବା ଏଣିକି ୧ ଟଙ୍କା ଚାର୍ଜ ଲାଗିବ । ତେବେ ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ୍ ସରିବା ପରେ ହିଁ ମିନିମମ୍ ଚାର୍ଜ ପଡିବ । ତେବେ କ୍ୟାସ୍ ଟ୍ରାଞ୍ଜାକ୍ସନ ବଦଳରେ ୟୁପିଆଇ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ କରିପାରିବେ ।

ବଢିବ LPG ଦର ବୃଦ୍ଧି ପାଇବ
ପ୍ରତିମାସ ଏକ ତାରିଖରେ ରନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲିୟମ ମାର୍କେଟିଂ କମ୍ପାନି ପ୍ରତି ମାସ ପହିଲାରୁ ରନ୍ଧନ ଓ ଇନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ କରିଥାଏ । ଯାହା ପରେ ଏଲ୍ପିଜି, ସିଏନ୍ଜି ଓ ପିଏନ୍ଜି ଦାମ୍ ସ୍ଥିର କରାଯାଇଥାଏ । ୧୪ କେଜି ଘରୋଇ ଗ୍ୟାସ୍ ଓ ୧୯ କେଜି କମର୍ସିଆଲ ଗ୍ୟାସ ଦରରେ ପରିବର୍ତ୍ତନ ହେବ ହେବାର ସମ୍ଭାବନା ରହିଛି ।
ପେଟ୍ରୋଲ ଦର
ଗ୍ୟାସ୍ ପରି ପ୍ରତିମାସ ଆରମ୍ଭର ପେଟ୍ରୋଲିୟମ ମାର୍କେଟିଂ କମ୍ପାନିଗୁଡିକ ନୂଆ ଦର ସ୍ଥିର କରିଥାଏ । ତେଣୁ ମେ ଏକ ତାରିଖରେ ପେଟ୍ରୋଲ ଦରରେ ମଧ୍ୟ ପରିବର୍ତ୍ତନ ହେବ ।












Click it and Unblock the Notifications