ସ୍ଵାସ୍ଥ୍ୟ ପାନୀୟ ବର୍ଗରୁ ହଟିବ ବୋର୍ନଭିଟା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରୀ ଜାରି

Bournvita Health Drinks: ଶନିବାର ଇ-କମର୍ସ କମ୍ପାନୀମାନୀ ତଥା ବୋର୍ନଭିଟା ସମେତ ସମସ୍ତ ପାନୀୟକୁ 'ସ୍ୱାସ୍ଥ୍ୟ ପାନୀୟ'ଶ୍ରେଣୀରୁ ହଟାଇବା ପାଇଁ ଏକ ଆଡଭାଇଜରୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସମସ୍ତ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକୁ ବୋର୍ନଭିଟା ସମେତ ସମସ୍ତ ପାନୀୟକୁ 'ସ୍ୱାସ୍ଥ୍ୟ ପାନୀୟ' ଶ୍ରେଣୀରୁ ସେମାନଙ୍କ ସାଇଟ ଏବଂ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ସମସ୍ତ ଇ-କମର୍ସ କମ୍ପାମୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା ସମେତ ଅନ୍ୟ କିଛି ସୁସ୍ଥ ପାନୀୟ ବର୍ଗରୁ ହଟାଇବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର) ର ଅନୁସନ୍ଧାନ ପରେ ମୋଦୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Bournvita Health Drinks

ଆୟୋଗର ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ନିରାପତ୍ତା ମାନକ ଅଧିନିୟମ 2006 ଏବଂ ଏହାର ନିୟମ ଅନୁଯାୟୀ କୌଣସି ସ୍ୱାସ୍ଥ୍ୟ ପାନୀୟ ନାହିଁ। ଜାରି ବିଜ୍ଞପ୍ତିରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଇ-କମର୍ସ ସାଇଟ୍ ଏବଂ ପ୍ଲାଟଫର୍ମଗୁଡିକ ସ୍ୱାସ୍ଥ୍ୟ ପାନୀୟ ତାଲିକାରୁ ବୋର୍ନଭିତା ସମେତ ସମସ୍ତ ପାନୀୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପ୍ରିଲ୍ ୨ ତାରିଖରେ FSSAI ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁ ଦୁଗ୍ଧ, ଶସ୍ୟ କିମ୍ବା ମାଲ୍ଟ ଭିତ୍ତିକ ପାନୀୟକୁ ସ୍ୱାସ୍ଥ୍ୟ ପାନୀୟ କିମ୍ବା 'ଶକ୍ତି ପାନୀୟ' ଭାବରେ ନାମିତ ନକରିବାକୁ ନିର୍ଦ୍ଦେଶ ଦେଇଥିଲା । ସ୍ୱାସ୍ଥ୍ୟ ପାନୀୟ ଶବ୍ଦ ଦେଶର ଖାଦ୍ୟ ନିୟମରେ ବ୍ୟାଖ୍ୟା କରାଯାଇ ନାହିଁ। FSSAI ସମସ୍ତ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ସେମାନଙ୍କ ୱେବସାଇଟରେ 'ସ୍ୱାସ୍ଥ୍ୟ ପାନୀୟ କିମ୍ବା ଶକ୍ତି ପାନୀୟ' ଶ୍ରେଣୀରୁ ଏହିପରି ପାନୀୟ ଅପସାରଣ ନ କରିବାକୁ ପରାମର୍ଶ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+