ନିର୍ଦ୍ବନ୍ଦ୍ବରେ ଜିତିବେ ଏହି ୫ ପ୍ରାର୍ଥୀ, ବିରୋଧୀ ତାଙ୍କ ବିରୋଧରେ ଦିଅନ୍ତି ନାହିଁ ପ୍ରାର୍ଥୀ

ସାରା ଦେଶରେ ଆରମ୍ଭ ହୋଇଛି ନିର୍ବାଚନର ମାହୋଲ । ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରାର୍ଥୀମାନେ ଅଣ୍ଟା ଭିଡ଼ି ସାରିଛନ୍ତି। କିନ୍ତୁ ଦେଶରେ ଏପରି ୫ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ବିରୋଧରେ ପ୍ରତିଦ୍ୱନ୍ଦି ଛିଡା କରିବା ପାଇଁ ବିରୋଧୀ ଡ଼ରିଥାନ୍ତି। ଆଉ ଏହି ୫ନେତା ର୍ନିଦ୍ୱନ୍ଦରେ ନିର୍ବାଚନ ଜିତିଥା'ନ୍ତି।

Elections

ଏହି ୫ ହେଭିଓ୍ବେଟ ନେତା ହେଉଛନ୍ତି ଭାଜପାର। ଯାହା ବିରୋଧରେ ବିରୋଧୀ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଚଳିତ ବର୍ଷ ଅରୁଣାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ସହ ବିଧାନ ସଭା ନିର୍ବାଚନ ହେବାକୁ ଯାଉଛି। ଏପ୍ରିଲ ୧୯ରେ ଭୋଟରମାନେ ଏମପି ଓ ବିଧାୟକଙ୍କୁ ଚୟନ କରିବେ। କିନ୍ତୁ ରାଜ୍ୟରେ ୫ସିଟ୍‌ରେ ଭୋଟିଂ ପୂର୍ବରୁ ଏହି ୫ନେତା ର୍ନିଦ୍ୱନ୍ଦରେ ନିର୍ବାଚନ ଜିତିବେ।

ବୁଧବାର ନାମଙ୍କାନ ଦାଖଲ କରିବାର ଶେଷ ଦିନ ଥିଲା। କିନ୍ତୁ ଏହି ୫ ବିଧାନ ସଭା ପ୍ରାର୍ଥୀଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଅନ୍ୟ ଚାରିଜଣ ଭାଜପା ପ୍ରାର୍ଥୀ ବିଧାୟକ ଭାବରେ ନିର୍ବାଚିତ ହେବା ନିଶ୍ଚିତ।
କହିରଖୁଛୁ କି, ୬୦ ସଦସ୍ୟ ବିଧାନସଭା ଏବଂ ଦୁଇଟି ଲୋକସଭା ନିର୍ବାଚନମଣ୍ଡଳୀ (ଅରୁଣାଚଳ ପଶ୍ଚିମ ଏବଂ ଅରୁଣାଚଳ ପୂର୍ବ) ପାଇଁ ଏପ୍ରିଲ ୧୯ରେ ମତଦାନ ହେବ। ରାଜ୍ୟରେ ୨ଟି ଲୋକ ସଭା ଆସନରେ ୧୫ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ।

ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜୁନ ୨ ରେ ହେବାକୁ ଥିବାବେଳେ ଲୋକ ସଭା ନିର୍ବାଚନର ଫଳାଫଳ ଜୁନ ୪ ରେ ଘୋଷଣା କରାଯିବ। ପେମା ଖାଣ୍ଡୁ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି, ପାଞ୍ଚଟି ବିଧାନ ସଭା ନିର୍ବାଚନମଣ୍ଡଳୀ ପାଇଁ ଏକକ ନାମାଙ୍କନପତ୍ର ଦାଖଲ କରାଯାଇଛି। ଆମେ ଆଶା କରୁଛୁ ଯେ, ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଆଉ କିଛି (ସିଟ) ଯୋଗ କରାଯିବ।

ପେମା ଖାଣ୍ଡୁଙ୍କ ବ୍ୟତୀତ ଚାରିଜଣ ପ୍ରାର୍ଥୀ ଯିଏ ଜିତିବେ ସେମାନେ ହେଉଛନ୍ତି ୧୫ ସାଗଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ରାଟୁ ଟେଚି, ୨୦ ତାଲି ବିଧାନ ସଭା ନିର୍ବାଚନମଣ୍ଡଳୀରୁ ଜିକ୍କେ ଟାକୋ, ୨୩ ତାଲିହା ବିଧାନ ସଭା ନିର୍ବାଚନମଣ୍ଡଳୀରୁ ନୟାଟୋ ଡୁକୁମ ଏବଂ ରୋଙ୍ଗ ବିଧାନ ସଭା ନିର୍ବାଚନମଣ୍ଡଳୀରୁ ମୁଚୁ ମିଥୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+