ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟରେ ବଦଳିବ ପାଗ
Monsoon Update News: ଦେଶରେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ସାଧାରଣକ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏହାରି ମଧ୍ୟରେ ମୌସୁମୀ ଛୁଇଁଛି କେରଳ । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆଗାମୀ ଦିନରେ ଦେଶରେ ଗ୍ରୀଷ୍ମ ପ୍ରବାହ ଧିରେ ଧିରେ କମିବାର ସମ୍ଭାବନା ରହିଛି ।
ହରିୟାଣା, ଚଣ୍ଡିଗଡ଼-ଦିଲ୍ଲୀ ଏବଂ ପଞ୍ଜାବର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଲହରୀ ଜାରି ରହିଛି । ସେହିପରି ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ରାଜସ୍ଥାନ, ଜାମ୍ମୁ ଏବଂ ଛତିଶଗଡର ବିଭିନ୍ନ ଅଞ୍ଚଳରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି ।

ଦକ୍ଷିଣ ଆରବ ସାଗରର କିଛି ଅଂଶରେ, ମାଲଦ୍ୱୀପ ଏବଂ କୋମରିନ୍ ଅଞ୍ଚଳର ଅବଶିଷ୍ଟ ଅଂଶ, ଲକ୍ଷ୍ମୀଦ୍ୱୀପ ଅଞ୍ଚଳର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ବଙ୍ଗୋପସାଗରର କିଛି ଅଂଶ, ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡିକର କିଛି ଅଂଶ ଏବଂ ଦକ୍ଷିଣ-ପଶ୍ଚିମ ମୌସୁମୀର ଅଗ୍ରଗତି ହେବାକୁ ଯାଉଛି ।
ପାଣିପାଗ ବିଭାଗ ଅନୁଯାୟୀ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ସମତଳ ଅଞ୍ଚଳରେ ଆସନ୍ତା 5 ଦିନ ମଧ୍ୟରେ ଏବଂ ମେ 31 ରୁ ଜୁନ୍ 2 ମଧ୍ୟରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ଅଞ୍ଚଳରେ ଘଣ୍ଟା ପ୍ରତି 30-40 କିଲୋମିଟର ବେଗର ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications