ମାଳଦ୍ୱୀପରେ ଚୀନ ସୈନ୍ୟର ଏଣ୍ଟ୍ରି, ରହିବେ ନାହିଁ ଗୋଟିଏ ବି ଭାରତୀୟ ସୈନିକ
Maldives China Military Deal: ମାଳଦ୍ୱୀପରେ ଚୀନ ସୈନ୍ୟର ଏଣ୍ଟ୍ରି, ରହିବେ ନାହିଁ ଗୋଟିଏ ବି ଭାରତୀୟ ସୈନିକ । ଏନେଇ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଛନ୍ତି ଯେ, ମେ'ମାସ ୧୦ ତାରିଖ ପରେ ଦେଶରେ କୌଣସି ଭାରତୀୟ ସୈନ୍ୟ ଉପସ୍ଥିତ ରହିବେ ନାହିଁ । ଏପରିକି ସାଧା ପୋଷାକେର ମାଳଦ୍ୱୀପରେ ରହୁଥିବା ଭାରତୀୟ ସୈନ୍ୟଙ୍କୁ ଦେଶରେ ରହିବା ପାଇଁ ଅନୁମତି ମିଳିବ ନାହିଁ । ମଙ୍ଗଳବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ମୁଇଜୁଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତର ଏକ ଟେକ୍ନିକାଲ ଟିମ୍ ମାଳଦ୍ୱୀପରେ ପହଞ୍ଚିଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ମାଳଦ୍ୱୀପରେ ଏହି ଟିମ୍ ପହଞ୍ଚିଥିଲା । ଏହି ଦଳ ହେଲିକପ୍ଟର ସଂଚାଳନ କରୁଥିବା ସେନାକର୍ମୀଙ୍କୁ ନେବା ପାଇଁ ସେଠାରେ ପହଞ୍ଚିଥିଲା । ତେବେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଭାରତ ଫେରିବେ ସେନା କର୍ମଚାରୀ ।
ସୂଚନା ଅନୁସାରେ, ଚୀନର ସହ ଏକ ଚୁକ୍ତିରେ ହସ୍ତାକ୍ଷାର କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି । ଯେଉଁଥିରେ ଦର୍ଶାଯାଇଛି ଯେ, ବିନା କୌଣସି ଦେୟରେ ଚୀନ ମାଳଦ୍ୱୀପକୁ ସେନା ସହାୟତା ଯୋଗାଇଦେବ। ଯାହା ପରେ ମେ'୧୦ ତାରିଖ ପରେ ମାଳଦ୍ୱୀପରେ କୌଣସି ଭାରତୀୟ ସେନା ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ।

ମହମ୍ମଦ ମୁଇଜୁ କହିଛନ୍ତି, 'ମେ ୧୦ ପରେ ଦେଶରେ କୌଣସି ଭାରତୀୟ ଯବାନ ଉପସ୍ଥିତ ରହିବେ ନାହିଁ। ନା ୟୁନିଫର୍ମରେ କିମ୍ବା ସାଦା ପୋଷାକରେ । ଭାରତୀୟ ସେନା କୌଣସି ପ୍ରକାରର ପୋଷାକରେ ଏହି ଦେଶରେ ରହିବେ ନାହିଁ ମାଳଦ୍ୱୀପର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ମାଳଦ୍ୱୀପରେ ଏହାର ତିନୋଟି ବିମାନ ପ୍ଲାଟଫର୍ମରେ ନିୟୋଜିତ ସାମରିକ କର୍ମଚାରୀଙ୍କୁ ଭାରତ ପ୍ରତ୍ୟାହାର କରିବ ମାର୍ଚ୍ଚ 10 ସୁଦ୍ଧା ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବ ।
ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିମାନ ଚଳାଇବା ପାଇଁ ମାଳଦ୍ୱୀପ ଗତ ସପ୍ତାହରେ ଶ୍ରୀଲଙ୍କା ସହିତ ସଫଳତାର ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହା ସୂଚିତ କରେ ଯେ ସେ ସମସ୍ତ ଭାରତୀୟ ଯବାନଙ୍କୁ ହଟାଇଦିଆଯିବ ।












Click it and Unblock the Notifications