ଶିକ୍ଷାନୁଷ୍ଠାନରେ ହେବନାହିଁ କୌଣସି ପ୍ରକାର ପକ୍ଷପାତିତା, ଆସିଲା କଡା ନିର୍ଦ୍ଦେଶ
ଏଣିକି ପର୍ବପର୍ବାଣୀରେ ଶିକ୍ଷାନୁଷ୍ଠାନରେ ହେବନାହିଁ କୌଣସି ପକ୍ଷପାତିତା। ଛାତ୍ରଛାତ୍ରୀଙ୍କୁ ରାକ୍ଷୀ, ତିଲକ, ମେହେନ୍ଦି ଲଗାଇବାକୁ ମନା କରିପାରିବେନି ସ୍କୁଲ କର୍ତ୍ତୃପକ୍ଷ।

କୌଣସି ଦଣ୍ଡ ମଧ୍ୟ ଦିଆଯାଇପାରିବ ନାହିଁ। ସମସ୍ତ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ କମିସନ ଫର୍ ପ୍ରୋଟେକସନ୍ ଅଫ୍ ଚାଇଲଡ୍ ରାଇଟସ୍। ପୂର୍ବରୁ ଅନେକ ସମୟରେ ସ୍କୁଲରେ ପର୍ବପର୍ବାଣୀ ସମୟରେ ହେଉ ଅବା ଅନ୍ୟ ସମୟରେ ତିଲକ, ମେହେନ୍ଦି ଓ ପୋଷାକ ପରିଧାନକ ସ୍କୁଲ କର୍ତ୍ତୃପକ୍ଷ ବାରଣ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏବେ ଏହାକୁ ନେଇ ଶକ୍ତ ହୋଇଛନ୍ତି ଏନସିପିସିଆର।
ଏନେଇ ଏନସିପିସିଆର କର୍ତ୍ତୃପକ୍ଷ ସମସ୍ତ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications