Get Updates
Get notified of breaking news, exclusive insights, and must-see stories!

ଏହି ଦିନଠାରୁ FASTag ସହ ଜଡିତ ନିୟମରେ ହେବ ବଡ଼ ପରିବର୍ତ୍ତନ, ଜରିମାନାରୁ ବଞ୍ଚିବା ପାଇଁ ଜାଣନ୍ତୁ ନୂଆ ନିୟମ

କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ କରିବାକୁ ପଡ଼ିବ ନାହିଁ। FASTag ନିୟମକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।FASTag ଉପରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। NHAI ପକ୍ଷରୁ ଘୋଷଣା କରାଯାଇଛି, ଯେ, ୨୦୨୬ ଫେବୃଆରୀ ୧ରୁ ନୂତନ ଯାନ ପାଇଁ KYC ର ଅସୁବିଧା ଦୂର କରାଯିବ।

fastag

ପୂର୍ୱରୁ, ନୂତନ FASTag ପାଇବା ସମୟରେ, ଗାଡି ମାଲିକ ପ୍ରାୟତଃ KYC ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏଥିରେ ଭୁଲ ସୂଚନା, ଡକ୍ୟୁମେଣ୍ଟ ଯାଞ୍ଚ ସମସ୍ୟା କିମ୍ୱା ବାରମ୍ୱାର ବିଜ୍ଞପ୍ତି ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ବର୍ତ୍ତମାନ, ସରକାର ନୂତନ FASTag ପାଇଁ ପୃଥକ KYC ଆବଶ୍ୟକତାକୁ ହଟାଇ ଏହି ଅସୁବିଧାକୁ ଦୂର କରିଛନ୍ତି।

ଗାଡ଼ିର ପଞ୍ଜିକରଣ (RC) ପୂର୍ୱରୁ ଯାଞ୍ଚ କରାଯିବ। FASTag ନେବା ପରେ ସମସ୍ତ ସୂଚନା ଥରେ ଯାଞ୍ଚ କରାଯିବ। ଯଦି ଆପଣଙ୍କ ଗାଡ଼ିରେ ପୂର୍ୱରୁ FASTag ଅଛି, ତେବେ ଆପଣଙ୍କୁ KYC ପୁନଃ କରିବାକୁ ପଡିବ ନାହିଁ। ଅଭିଯୋଗ କିମ୍ୱା ସମସ୍ୟା ଉପୁଜିବା ପର୍ଯ୍ୟନ୍ତ ସବୁକିଛି ପୂର୍ୱପରି ଜାରି ରହିବ। ଯଦି FASTag ଭୁଲ ଭାବେ ଜାରି କରାଯାଇଛି କିମ୍ୱା ଯାନବାହନ ସୂଚନା ଭୁଲ ଅଛି ତେବେ ହିଁ ତଦନ୍ତ କରାଯିବ।

ବ୍ୟାଙ୍କଗୁଡ଼ିକୁ ଏବେ FASTag କରିବା ପୂର୍ୱରୁ ଏକ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ପଡିବ। VAHAN ପୋର୍ଟାଲ ସହିତ ଯାନବାହନ ସୂଚନା ମେଳ କରାଯିବ। ସମ୍ପୂର୍ଣ୍ଣ ଯାଞ୍ଚ ବିନା କୌଣସି FASTag ସକ୍ରିୟ ହେବ ନାହିଁ। ସରକାର କହିଛନ୍ତି ଯେ, ଏହି ନିଷ୍ପତ୍ତି ଜନସାଧାରଣଙ୍କୁ ଅସୁବିଧାରୁ ମୁକ୍ତି ଦେବ। ଏହା ଦ୍ୱାରା ନକଲି କିମ୍ୱା ଭୁଲ FASTag ବ୍ୟବହାରକୁ ରୋକା ଯାଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+