ଆଜି ଲୋକସଭାରେ ଅପରେସନ ସିନ୍ଦୂର ଉପରେ ୧୬ ଘଣ୍ଟା ହେବ ଚର୍ଚ୍ଚା

ଲୋକସଭାରେ ଆତଙ୍କବାଦ ବିରୋଧରେ ଦେଶର ସାମରିକ ଶକ୍ତିର ପ୍ରତୀକ ପାଲଟିଥିବା 'ଅପରେସନ୍ ସିନ୍ଦୂର' ସମ୍ପର୍କରେ ଆଜି ଏକ ସ୍ବତନ୍ତ୍ର ବିତର୍କ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିତର୍କ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ତାଙ୍କର ପକ୍ଷ ଉପସ୍ଥାପନ କରିବେ । ଆଲୋଚନା ଆରମ୍ଭ ହେବା ପୂର୍ବରୁ ଏହି ଅଭିଯାନ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସଂସଦରେ ସ୍ଥାନିତ ହେବ ।

Operation Sindoor

ସୂତ୍ର ଅନୁସାରେ, ଏହି ବିତର୍କ ପ୍ରାୟ ୧୬ ଘଣ୍ଟା ଧରି ଜାରି ରହିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପର ସମ୍ଭାବନା ମଧ୍ୟ ରହିଛି । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ରଣନୀତି, ଏହି ଅଭିଯାନର ସଫଳତା ଏବଂ ଏହା ପଛରେ ଥିବା ଭାରତର ସାମରିକ କ୍ଷମତା ଉପରେ ଆଲୋକପାତ କରିବେ ।

ଏହି ଗୁରୁତ୍ୱପୂର୍ଣ୍ଣ ବିତର୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ସିଡିଏସ୍ ଜେନେରାଲ ଅନିଲ ଚୌହାନ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ତିନି ସେନାର ମୁଖ୍ୟଙ୍କ ସହିତ ଅନେକ ପର୍ଯ୍ୟାୟ ରଣନୈତିକ ବୈଠକ କରିଛନ୍ତି । ଏହି ବୈଠକରେ, ବିତର୍କର ପ୍ରତ୍ୟେକ ଦିଗ ଉପରେ ସରକାରଙ୍କ ପକ୍ଷରୁ ଜବାବ ଦେବା ପାଇଁ ଏକ ଯୋଜନା ସ୍ଥିର କରାଯାଇଛି ।
ଅନ୍ୟପକ୍ଷରେ, ବିରୋଧୀ ମେଣ୍ଟ 'ଇଣ୍ଡି' ମଧ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରିଛି । ବିତର୍କ ପୂର୍ବରୁ ଆଜି ବିରୋଧୀ ନେତାମାନଙ୍କର ଏକ ବୈଠକ ଡକାଯାଇଛି, ଯେଉଁଥିରେ ସରକାରଙ୍କୁ ପ୍ରଶ୍ନ ପଚାରିବା ପାଇଁ ଏକ ମିଳିତ ରଣନୀତି ଉପରେ ଆଲୋଚନା କରାଯିବ ।

ସୂଚନାଯୋଗ୍ୟ, 'ଅପରେସନ୍ ସିନ୍ଦୂର' ଗତ ମେ' ମାସ ୭ ତାରିଖରେ ଆରମ୍ଭ ହୋଇଥିଲା ଯେତେବେଳେ ଭାରତୀୟ ସେନା ଅପ୍ରେଲ ୨୨ରେ ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ମେ' ୬-୭ ମଧ୍ୟବର୍ତ୍ତୀ ରାତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ସାମରିକ ଅଭିଯାନ ମାତ୍ର ୨୨ ମିନିଟ୍ ମଧ୍ୟରେ ସମାପ୍ତ ହୋଇଥିଲା, ଯେଉଁଥିରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+