ରୋଡ ଶୋ କରିବାକୁ ଅନୁ ଅନୁମତି ନଥିଲା, ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ପରେ ଅଲୁ ଅର୍ଜୁନ କହିଲେ ଏମିତି

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାକୁ ନେଇ ଥମୁନି ବିବାଦ। ସାମ୍ନାକୁ ଆସିଲା ତେଲଙ୍ଗାନା ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ବଡ଼ ବିବୃତି। କହିଲେ- ସେଠାରେ ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ରୋଡ୍ ଶୋ' ପାଇଁ ନଥିଲା ଅନୁମତି।

Alu Arjun

ରେବନ୍ତ କହିଛନ୍ତି- ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ରିଲିଜ ବେଳେ ଫିଲ୍ମର କାଷ୍ଟ ଓ କ୍ରୁ ଆସିବା ପାଇଁ ସୁରକ୍ଷା ବ୍ୟବସ୍ଥା କରିବାକୁ ଚିକ୍କଡପାଲ୍ଲି ଥାନାରେ ଏକ ଆବେଦନ ହୋଇଥିଲା। ତେବେ ତାହା ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିବାରୁ ପୁଲିସ ଅନୁମତି ଦେବାକୁ ମନା କରିଥିଲା।

ସେଠାରେ ଗୋଟିଏ ମାତ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଥିବାରୁ ଭିଡ଼ ନିୟନ୍ତ୍ରଣ ସମ୍ଭବ ନୁହେଁ ବୋଲି ସେତେବେଳେ ସ୍ପଷ୍ଟ କରିଥିଲା ପୁଲିସ। ୨ ତାରିଖରେ ଏହି ଦରଖାସ୍ତ ହୋଇଥିବା ବେଳେ, ୩ ତାରିଖରେ ଲିଖିତ ଭାବେ ଏଥିପାଇଁ ମନା କରିଥିଲା ପୁଲିସ। ଏହା ସତ୍ତ୍ୱେ ତା' ପରଦିନ ଅଲ୍ଲୁ ଅର୍ଜୁନ ଫିଲ୍ମ ଦେଖିବା ପାଇଁ ଆସିଥିଲେ ଏବଂ କାର୍ ରୁଫ୍ ରୁ ବାହାରି RTC X ରୋଡରେ ରୋଡ୍ ଶୋ' କରିଥିଲେ।

ଭିଡ଼ ନିୟନ୍ତ୍ରଣ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କହିଥିଲେ ACP। ହେଲେ ସେ ଏହା ନ ମାନି ଫିଲ୍ମ ଦେଖିସାରିଲେ ଯିବେ ବୋଲି କହିଥିଲେ। ସେତେବେଳକୁ ବାହାରେ ୨ ଜଣ ଲୋକ ତଳେ ପଡ଼ିଯାଇଥିଲେ। ଏହାପରେ ଡିସିପି ହସ୍ତକ୍ଷେପ କରିବାରୁ ସେହି ସ୍ଥାନ ନ ଛାଡ଼ିଲେ ଗିରଫ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏପରିକି ସେ ଫେରିବା ବେଳେ ପୁଣି କାର୍ ରୁଫ୍ ରୁ ବାହାରି ରୋଡ୍ ଶୋ' କରିଥିଲେ ବୋଲି ରେବନ୍ତ ବିଧାନସଭାରେ କହିଛନ୍ତି।

ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟାବେଳେ ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ କହଛନ୍ତି, ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଯାହା ଘଟିଲା ତାହା ଏକ ଦୁର୍ଭାଗ୍ୟଜନକ ଘଟଣା। ଏହା ସମ୍ପୂର୍ଣ୍ଣ ଭାବେ ଏକ ଦୁର୍ଘଟଣା। ମୋ ବିରୋଧରେ ମିଛ ଅଭିଯୋଗ କରାଯାଉଛି। ମୁଁ କୌଣସି ବିଭାଗ କିମ୍ବା ନେତାଙ୍କୁ ଦୋଷାରୋପ କରୁନି, କିନ୍ତୁ ମୋର ଚରିତ୍ର ସଂହାର କରାଯାଉଛି ବୋଲି କହିଛନ୍ତି ଅଲ୍ଲୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+