ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା :ସୁପ୍ରିମକୋର୍ଟ

ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ । ୨୦୧୬ ବିମୁଦ୍ରୀକରଣକୁ ବୈଧ ଘୋଷଣା କରିଛନ୍ତି । ଏହା ସହିତ କୋର୍ଟ ସମସ୍ତ ୫୮ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି । ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ତପୀଠ ଏହି ରାୟର ଶୁଣାଣି କରିଛନ୍ତି ।

Supreme court
ସୁପ୍ରିମକୋର୍ଟ କହିଛନ୍ତି ଯେ, ନଭେମ୍ବର ୮, ୧୦୨୬ର ବିଜ୍ଞପ୍ତିରେ କୌଣସି ତ୍ରୁଟି ମିଳିନାହିଁ । ସମସ୍ତ ସିରିଜର ନୋଟଗୁଡିକ ପ୍ରତ୍ୟାହାରଯୋଗ୍ୟ । ବିମୁଦ୍ରୀକରଣ ନିଷ୍ପତ୍ତି ନେବାବେଳେ ଗ୍ରହଣ କରାଯାଇଥିବା ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ତେଣୁ ସେହି ବିଜ୍ଞପ୍ତିକୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ ।

ଗତ ଡିସେମ୍ବର ୭ରେ ସୁପ୍ରିମକୋର୍ଟଙ୍କ ସମ୍ଭିଧାନ ପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । ସେହିପରି ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ଦସ୍ତାବିଜ୍ କୋର୍ଟରେ ଉପସ୍ଥାପନ କରିଥିଲେ । ଏବଂ ସମସ୍ତ ରେକର୍ଡକୁ ଯାଞ୍ଚ କରିବା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ । ତେବେ ୧୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ । ପୁରୁଣା ୫ ଶହ ଏବଂ ୧ ହଜାର ଟଙ୍କିଆ ନୋଟକୁ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+