'ଆମ ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବା ପାକିସ୍ତାନ ପାଇଁ ଅସମ୍ଭବ'
ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ଥିଲା, କିନ୍ତୁ ପାକିସ୍ତାନ ଏହାକୁ ଯୁଦ୍ଧ ଭାବେ ଗ୍ରହଣ କଲା । ଭାରତ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହେଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ପାକର ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିଛି ସେନା । ଫେଲ୍ ମାରିଲା ପାକିସ୍ତାନର ଚୀନ ମିସାଇଲ । ଆବଶ୍ୟକ ହେଲେ ଆମେ ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ। ଆମ ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବା ପାକିସ୍ତାନ ପାଇଁ ଅସମ୍ଭବ ।

ଜେନେରାଲ ରାଜୀବ ଘାଇ କହିଛନ୍ତି, ଗତ କିଛି ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିଛି, ଆମର ନାଗରିକମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ପାପର ପାତ୍ର ଭରିଯାଇଛି, ଏହାପରେ ଯାହା ହୋଇଛି, ସେ ବିଷୟରେ ଆମେ ପୂର୍ବରୁ ବିସ୍ତାରିତ ଭାବରେ ଆଲୋଚନା କରିଛୁ। ଆମେ LOC ପାର କରି ଆକ୍ରମଣ କଲୁ। ଆମେ ସମ୍ପୂର୍ଣ୍ଣ ସଚେତନ ଥିଲୁ ଯେ ପାକିସ୍ତାନ ମଧ୍ୟ ଆକ୍ରମଣ କରିବ। ସେଥିପାଇଁ ଆମେ ଆମର ବାୟୁ ପ୍ରତିରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲୁ। ଭାରତ ବିରୋଧରେ ପାକିସ୍ତାନ ୟୁଏଭି ଏବଂ ପିଏଲ୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହାର ଧ୍ବଂସାବଶେଷ ଠାବ କରାଯାଇଛି।












Click it and Unblock the Notifications