ଭାରତର ଏହି ରାଜ୍ୟରେ ହୋଇଥିଲା ରକ୍ତ ବର୍ଷା, ଜାଣନ୍ତୁ କାରଣ
Blood Rain In India: ଦୁନିଆରେ ଅନେକ ଥର ଆଶ୍ଚର୍ଯ୍ୟ କଲା ପରି ଘଟଣା ଘଟିଥାଏ । ବିଶେଷକରି ଯେତେବେଳେ ଆପଣ ଏହି ଘଟଣାଗୁଡ଼ିକୁ ନିଜ ଆଖିରେ ଦେଖିଥାନ୍ତି ତାହା ଆପଣଙ୍କୁ ଅଧିକ ଚକିତ କରିଥାଏ କାରଣ ଆପଣଙ୍କ ମନ ଏହାକୁ ସହଜରେ ଗ୍ରହଣ କରିପାରି ନଥାଏ । କିଛି ବର୍ଷ ପୂର୍ବେ କେରଳରେ ଏଭଳି ଘଟଣା ଘଟିଥିଲା। ଯାହାକୁ କେହି ସହଜର ବିଶ୍ୱାସ କରିପାରନଥିଲେ ।
ରକ୍ତର ବର୍ଷା କେଉଁଠାରେ ଓ କେବେ ହୋଇଥିଲା
ଆଜ୍ଞା ହଁ ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ୨୨ ବର୍ଷ ପୂର୍ବେ କେରଳରେ ହୋଇଥିଲା ରକ୍ତ ବର୍ଷା । ଗଣମାଧ୍ୟମ ସୂଚନା ଅନୁସାରେ, ୨୫ ଜୁଲାଇ ୨୦୦୧ରେ ଭାରତର ରାଜ୍ୟ କେରଳରେ ହୋଇଥିଲା ରକ୍ତ ବର୍ଷା । ବାସ୍ତବରେ, 22 ବର୍ଷ ପୂର୍ବେ କେରଳର ଦୁଇଟି ଜିଲ୍ଲା, କୋଟାୟାମ ଏବଂ ଇଡୁକିରେ ନାଲି ରଙ୍ଗର ବର୍ଷା ହୋଇଥିଲା । ସ୍ଥାନୀୟ ଲୋକମାନେ ଏହି ବର୍ଷାକୁ ରକ୍ତ ବର୍ଷା ବୋଲି କହିଥିଲେ। ସେହିପରି 1896 ମସିହାରେ ଶ୍ରୀଲଙ୍କାର କେତେକ ସ୍ଥାନରେ ଏପରି ଘଟଣା ଦେଖିବା ପାଇଁ ମିଳିଥିଲା । ଶ୍ରୀଲଙ୍କାରେ ରକ୍ତ ବର୍ଷା ହୋଇଥିଲା ସତ ହେଲେ ଏହାର ପରମାଣ ଖୁବ୍ କମ୍ ଥିଲା ।

ପ୍ରକୃତ କାରଣ କ'ଣ ଥିଲା?
ଯେତେବେଳେ ଏହି ବର୍ଷାର ନମୁନା ଟ୍ରପିକାଲ୍ ବଟାନିକାଲ୍ ଗାର୍ଡେନ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ପଠାଯାଇଥିଲା ସେତେବେଳେ ପରୀକ୍ଷା କରିବା ପରେ ସେମାନେ ନିଶ୍ଚିତ କରିଥିଲେ ଯେ ଏହି ବର୍ଷାର ଲାଲ ରଙ୍ଗର କାରଣ କେବଳ algae ଅର୍ଥାତ ଏହା ଏକ ପ୍ରକାଶ ଉଦ୍ଦିଦ ଅଟେ । ଏହି ବିଶେଷ ପ୍ରକାରର ଉଦ୍ଦିଦ ନିଜ ବିଜାଣୁକୁ ଏକ ବୃହତ ଅଞ୍ଚଳରେ ବିସ୍ତାର କରିଥିଲା, ଯେଉଁ କାରଣରୁ ଜଳର ରଙ୍ଗ ଲାଲ ହୋଇଯାଇଥିଲା ।












Click it and Unblock the Notifications