ଦୁଇଟି ବଡ ଟ୍ରେନ ଦୁର୍ଘଟଣା ଗ୍ରସ୍ତ କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର; ଭିତରେ ଥିଲେ ଅନେକ ଯାତ୍ରୀ

ଦୁଇଟି ଟ୍ରେନକୁ ଲାଇନଚ୍ୟୁତ କରିବାର ଷଡଯନ୍ତ୍ର ବିଫଳ ହୋଇଛି। ରାଜଧାନୀ ଏକ୍ସପ୍ରେସ ଏବଂ ଲକ୍ଷ୍ନୌ- କାଠଗୋଦାମ ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଥିଲା । ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଦୁର୍ବୃତ୍ତମାନଙ୍କ ଦ୍ବାରା ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ କରାଯାଇଥିଲା ଷଡଯନ୍ତ୍ର । କିନ୍ତୁ ଲୋକପାଇଲଟଙ୍କ ସତର୍କତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଜୀବନ ବଞ୍ଚିଯାଇଛି । ଫଳରେ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି। ଘଟଣା ବିଷୟରେ ଉଚ୍ଚ ରେଳ ଅଧିକାରୀମାନେ ଜାଣିବା ମାତ୍ରେ ରେଳ, ଜିଆରପି ଏବଂ ଆରପିଏଫ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

trains

ସୂଚନା ଅନୁଯାୟୀ, ହାର୍ଦୋଇ - ଲକ୍ଷ୍ନୌ ରେଳ ରୁଟ୍ ର ଦାଲେନଗର ଓ ଉମରତାଲି ଷ୍ଟେସନ୍ ଭିତରେ ୧୧୨୯/୧୪ ନମ୍ବର କିଲୋମିଟରରେ ଦୁଇଟି ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା। ସୋମବାର ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ୨୦୫୦୪ ନୂଆଦିଲ୍ଲୀ-ଡିବ୍ରୁଗଡ଼ ରାଜଧାନୀ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ପ୍ରଥମ ଚେଷ୍ଟା କରାଯାଇଥିଲା। ଦୁର୍ବୃତ୍ତମାନେ ଡାଉନ୍ ଟ୍ରାକରେ ଏକ କାଠ ଖଣ୍ଡ ରଖି ରେଳ ଟ୍ରାକକୁ ଆର୍ଥିଂ ଯୋଗାଉଥିବା ଲୁହା ତାରରେ ଲଗାଇ ଦେଇଥିଲେ ଓ ଟ୍ରେନ୍‌କୁ ଲାଇନଚ୍ୟୁତ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ। ରାଜଧାନୀ ଏକ୍ସପ୍ରେସର ଲୋକପାଇଲଟ ଦୂରରୁ ଏହାକୁ ଦେଖି ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍‌କୁ ଅଟକାଇ ଦେଇଥିଲେ।

ଏହା ପରେ ଡ୍ରାଇଭର ଆର୍ଥିଂ ତାର ଏବଂ ଟ୍ରାକରେ ରଖାଯାଇଥିବା କାଠ ଖଣ୍ଡକୁ ବାହାର କରିଦେଇଥିଲେ ଏବଂ ରେଳ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ।

ରାଜଧାନୀ ଏକ୍ସପ୍ରେସ୍ ଅତିକ୍ରମ କରିବା ପରେ ଦୁର୍ବୃତ୍ତମାନେ ପଛରୁ ଆସୁଥିବା ୧୫୦୪୪ କାଠଗୋଦାମ - ଲକ୍ଷ୍ନୌ ଏକ୍ସପ୍ରେସ୍‌କୁ ଲାଇନଚ୍ୟୁତ କରିବା ପାଇଁ ଠିକ୍ ସେହିପରି ଷଡ଼ଯନ୍ତ୍ର ରଚିଥିଲେ। କାଠଗୋଦାମ-ଲକ୍ଷ୍ନୌ ଏକ୍ସପ୍ରେସର ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଦୁର୍ଘଟଣାକୁ ଏଡାଯାଇ ପାରିଥିଲା। ଲୋକ ପାଇଲଟ୍ ଏହି ବିଷୟରେ ଦଲେଲନଗର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ସ୍ଥାନୀୟ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+