ଆମେଠି କଂଗ୍ରେସ କାର୍ଯ୍ୟାଳୟରେ ହଙ୍ଗାମା, ବିଜେପିକୁ ଟାର୍ଗେଟ କଲା ଦଳ

ଆମେଥିରୁ ବଡ ଖବର ଆସିଛି । ଏଠାରେ ଥିବା ଗୌରିଗଞ୍ଜରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଅଧା ଡଜନରୁ ଅଧିକ ଗାଡିର ଗ୍ଲାସ ଭାଙ୍ଗି ଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ପରେ କଂଗ୍ରେସ ନେତା ଓ କର୍ମୀମାନଙ୍କ ମନରେ ଅସନ୍ତୋଷ ଦେଖା ଯାଇଛି । ସିଓ ସମେତ ସ୍ଥାନୀୟ ପୋଲିସ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Congress office

ଏହି ଘଟଣା ପଛରେ ବିଜେପିର ହାତ ଥିବା ଉତକ୍ଷିପ୍ତ କଂଗ୍ରେସ ନେତା ଓ କର୍ମୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।

ଏହି ଘଟଣା ପରେ ୟୁପି କଂଗ୍ରେସ ନିଜ X ହ୍ୟାଣ୍ଡେଲରେ ଲେଖିଛି, 'ପରାଜୟର ଭୟ ଯୋଗୁଁ ବିଜେପି ଭୟଭୀତ ହୋଇ, ବିଳିବିଳେଇବା ଆରମ୍ଭ କରିଛି । ଆମେଠିରେ ପ୍ରଶାସନର ଉପସ୍ଥିତିରେ ବିଜେପି କର୍ମୀମାନେ ଜିଲ୍ଲା କାର୍ଯ୍ୟାଳୟ ବାହାରେ ପାର୍କିଂ ହୋଇଥିବା ଅଧା ଡଜନ ଗାଡିକୁ ଭଙ୍ଗାରୁଜା କରି ଦେଇଛନ୍ତି। ଉକ୍ତ ସମୟରେ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରଦୀପ ସିଙ୍ଘଲ ଜୀ ଉପସ୍ଥିତ ଥିଲେ । ସେ କଂଗ୍ରେସ କର୍ମୀଙ୍କ ସହ ଦୁର୍ବୃତ୍ତଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । କିନ୍ତୁ ପୁଲିସ କିଛଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସବୁ ଥର ପରି ଦର୍ଶକ ସାଜିଥିଲା।

ୟୁପି କଂଗ୍ରେସ କହିଛି, 'ବିଜେପି ଏହାର ପରାଜୟକୁ ଗ୍ରହଣ କରିସାରିଛି, ସେଥିପାଇଁ ସେ ଏପରି ହିଂସାତ୍ମକ କାଣ୍ଡ ଘଟାଉଛି । କଂଗ୍ରେସ ପାର୍ଟି ଏବଂ ରାହୁଲ ଗାନ୍ଧି ହେଉଛନ୍ତି ସିଂହ । ସେମାନେ କାହାକୁ ଭୟ କରନ୍ତି ନାହିଁ ।'

ନିର୍ବାଚନ ପୂର୍ବରୁ ଆମେଠିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଏହାକୁ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ପୂର୍ବରୁ ସୋନିଆ ଗାନ୍ଧି ଏହି ସିଟ୍‌ରୁ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ଚଳିତ ବର୍ଷ ଏହି ସିଟ୍‌ରୁ ସୋନିଆଙ୍କ ଖାସ୍‌ ଅନୁଗତ କିଶୋରୀ ଲାଲ ଶର୍ମା ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କର ସିଧାସଳଖ ଟକ୍କର ବିଜେପିର ଆଗ ଧାଡ଼ିର ନେତ୍ରୀ ସ୍ମୃତି ଇରାନୀଙ୍କ ସହ ହେବ । ଏଠାରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଦୁଇ ପାଖିଆ ମୁକାବିଲା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+