ମଣିପୁରର ନାମରେ ହିଁ ଅଛି ମଣି: ପ୍ରଧାନମନ୍ତ୍ରୀ ମୋଦୀ
ଶନିବାର ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ସଭିଙ୍କୁ ଶାନ୍ତିର ମାର୍ଗ ଆପଣେଇବାକୁ ଆହ୍ବାନ କରିଛନ୍ତି। ୨୦୨୩ ମସିହାରେ ହୋଇଥିବା ଜାତିଗତ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ; ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ।ପ୍ରଧାନମନ୍ତ୍ରୀ ମଣିପୁରର ଚୁରାଚାନ୍ଦପୁରରେ ବିସ୍ଥାପିତଙ୍କୁ ଭେଟିଛନ୍ତି। ମଣିପୁରରେ ହିଂସା ସମୟରେ ଚୁରାଚାନ୍ଦପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ମଣିପୁରର ଲୋକଙ୍କୁ ପ୍ରଣାମ କରୁଛି ଏବଂ ସମ୍ମାନରେ ମୋର ମୁଣ୍ଡ ନୁଆଇଁଛି।
ରାଜ୍ୟର ଲୋକମାନେ ମଣିପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାରମ୍ପରିକ ନୃତ୍ୟ ସହିତ ସୱାଗତ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ଶାନ୍ତି ଏବଂ ସ୍ଥାୟୀ ପ୍ରଗତି ଆଡ଼କୁ ନେଇଯିବାର ଏକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦୀ ହିଂସା ପରେ ବିସ୍ଥାପିତ ଲୋକଙ୍କ ପରିବାରକୁ ଭେଟିଥିଲେ। ଏହା ସହିତ, ପ୍ରଧାନମନ୍ତ୍ରୀ ମଣିପୁରକୁ ୮୫୦୦ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଥିଲେ।

ମୋଦି ତାଙ୍କ ଅଭିଭାଷଣର ଆରମ୍ଭରେ କହିଥିଲେ ଯେ ମୁଁ ମଣିପୁରର ଲୋକଙ୍କ ଆତ୍ମାକୁ ପ୍ରଣାମ କରୁଛି। ଏଠାକାର ସଂସ୍କୃତିରେ ପ୍ରଚୁର ସମ୍ଭାବନା ରହିଛି। ମଣିପୁରର ନାମରେ ହିଁ ମଣି ଅଛି। ଏଠାରେ ଅନେକ ପ୍ରକଳ୍ପ ଉଦ୍ଘାଟନ କରାଯାଇଛି। ମୁଁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ମଣିପୁରର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି।
ସେ କହିଥିଲେ ଯେ ଭାରତ ସରକାର ମଣିପୁରର ବିକାଶ ଯାତ୍ରାକୁ ତ୍ୱରାନୱିତ କରିବା ପାଇଁ ନିରନ୍ତର ଚେଷ୍ଟା କରୁଛି। ଏହି ଭାବନା ସହିତ, ମୁଁ ଆଜି ଆପଣଙ୍କ ମଧ୍ୟରେ ଆସିଛି। କିଛି ସମୟ ପୂର୍ବରୁ, ଏହି ମଞ୍ଚରୁ ପ୍ରାୟ ₹ 7,000 କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ମଣିପୁରର ଲୋକଙ୍କ ଜୀବନକୁ, ଏଠାରେ ପାହାଡ଼ ଉପରେ ରହୁଥିବା ଆଦିବାସୀ ସମାଜକୁ ଆହୁରି ଉନ୍ନତ କରିବ।












Click it and Unblock the Notifications