Maharashtra Politics: ମହାରାଷ୍ଟ୍ର ରାଜନୀତିକୁ ନେଇ ବଡ଼ ଖବର, ଏହି ପାଟି ସହ ହାତ ମିଶାଇଲା ଶିବସେନା
Maharashtra Politics: ମହାରାଷ୍ଟ୍ର ରାଜନୀତିକୁ ନେଇ ଏକ ବଡ଼ ଖବର ପ୍ରକାଶ ପାଇଛି । ପ୍ରାୟ ଚାରି ଦଶନ୍ଧି ଧରି ସମାଜବାଦୀ ଦଳ ସହ ଶିବସେନାର ଦୂରତାର ଅନ୍ତ ହୋଇଛି । ଉଦ୍ଧବ ଠାକରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ଦଳ ସହ ଶିବସେନା ମେଣ୍ଟ କରାଇଛନ୍ତି ।
ଆସନ୍ତା ବର୍ଷ ହେବାକୁ ଥିବା ପୌରସଂସ୍ଥା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ମେଣ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ମଧ୍ୟ ଅନ୍ତର୍ଭୁକ୍ତ। ଶିବସେନାରେ ବିଭାଜନ ପରେ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ହେବେ ଏବେ ଦେଖିବା ବାକି ରହିଲା ଯେ, ଏହି ମେଣ୍ଟ ଦ୍ୱାରା ଉଦ୍ଧବ ଠାକରେ ଲାଭ ମିଳିଛି ନା ନାହିଁ ।

ବାନ୍ଦ୍ରାସ୍ଥିତ ଏମଆଇଜି କ୍ଲବରେ ଅନୁଷ୍ଠିତ 21 ସମାଜବାଦୀ ରାଜନୈତିକ ଦଳ, ଗୋଷ୍ଠୀ ଏବଂ ଅନୁବନ୍ଧିତ ସଂଗଠନର ବୈଠକରେ ଉଦ୍ଧବ ଠାକରେ କହିଛନ୍ତି, "କ୍ୟାଡର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯଦି ରାଜନୈତିକ ଦଳର କ୍ୟାଡର ଥାଏ ତେବେ ଭୟ କରିବାର କିଛି ନାହିଁ। ଯଦିଓ ସମାଜବାଦୀଙ୍କ ସହ ଆମର ଆଦର୍ଶଗତ ପାର୍ଥକ୍ୟ ଥିଲା ହେଲେ ଆମର ଉଦ୍ଦେଶ୍ୟ ସମାନ ଥିଲା । ଯଦି ଆମେ ଏକାଠି ବସି ଆଲୋଚନା କରିବା ତେବେ ଆମ ମଧ୍ୟରେ ଥିବ ମତଭେଦର ସମାଧାନ ହୋଇପାରିବ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଏହି ବୈଠକରେ ମନ ପକାଇଥିଲେ ଯେ, କିପରି ତାଙ୍କ ପିତା ବାଲାସାହେବ ଠାକରେ ଏବଂ ତାଙ୍କ ଜେଜେବାପା ତଥା ସାମାଜିକ ସଂସ୍କାରକ ପ୍ରବୋଧନ ଠାକରେ ମହାରାଷ୍ଟ୍ର ଆନ୍ଦୋଳନ ସମୟରେ ସମାଜବାଦୀଙ୍କ ସହ ହାତ ମିଶାଇ ଏକାଠି କାର୍ଯ୍ୟ କରିଥିଲେ । ସେ କହିଛନ୍ତି ଯେ ଭିନ୍ନତା ସତ୍ତ୍ୱେ, ଆଚାର୍ଯ୍ୟ ଆତ୍ରେ, ଏସ୍ .ଏନ୍ ଡାଙ୍ଗେ୍ ଏବଂ ଠାକରେ ସମାନ ପାର୍ଶ୍ୱରେ ଥିଲେ।
ଏହି ସମୟରେ ଠାକେର ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଥିଲେ । ସେ କହିଛନ୍ତି, "ସେମାନେ ନିଜ ସାଥୀମାନଙ୍କୁ ବିସ୍ତାର ଏବଂ ବୃଦ୍ଧି କରିବାକୁ କେବେ ଅନୁମତି ଦିଅନ୍ତି ନାହିଁ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ପ୍ରତିବଦ୍ଧ, ଆମେ ସେମାନଙ୍କୁ ପରାସ୍ତ କରିବାକୁ ଯାଉଛୁ। ସମାଜବାଦୀ ଦଳଗୁଡ଼ିକ ସହିତ ମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ହେବାକୁ ଯାଉଛି। " 1967 ଲୋକସଭା ନିର୍ବାଚନରେ ଫର୍ଣ୍ଣାଣ୍ଡିସ୍ କିପରି ମୁମ୍ବାଇ ଦକ୍ଷିଣ ଆସନରୁ ଭେଟେରାନ୍ କଂଗ୍ରେସ ନେତା ଏସ.କେ ପାଟିଲଙ୍କୁ ପରାସ୍ତ କରିଥିଲେ ତାହା ମନେ ପକାଇଥିଲେ । ସେ କହିଛନ୍ତି ଯେ ଯଦି ଆମେ ଗଣତନ୍ତ୍ର ପାଇଁ ଏକାଠି କାର୍ଯ୍ୟ କରିବା, ତେବେ ଆମର ବିଜୟ ନିଶ୍ଚିନ୍ତି ।












Click it and Unblock the Notifications