Parliament Special Session: ସଂସଦର ସ୍ବତନ୍ତ୍ର ଅଧିବେଶନ, ପାକ୍ ଅଧିକୃତ କାଶ୍ମୀର ନେଇ ହୋଇପାରେ ନିଷ୍ପତ୍ତି

Parliament Special Session: ସେପ୍ଟେମ୍ବର 18ରେ କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯାହାକୁ ନେଇ ସରଗରମ ରାଜନୈତିକ ମାହୋଲ । ବୁଧବାର ଦିନ ରାଜ୍ୟସଭା ପକ୍ଷରୁ ଏକ ବୁଲେଟିନ୍ ଜାରି କରାଯାଇ ସୂଚନା ଦିଆଯାଇଥିଲା ଯେ, ବିଧାନସଭାର ସଫଳତା ଏବଂ ଅଭିଜ୍ଞତା ଉପରେ ଆଲୋଚନା ସହିତ ସଂସଦରେ କେବଳ 4ଟି ସାଧାରଣ ବିଲ୍ ଅଣାଯିବ।

POK

କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର (POK) ର ମିଶ୍ରଣ ଉପରେ କେନ୍ଦ୍ର ସରକାର ଏକ ପ୍ରସ୍ତାବ ଆଣିବାକୁ ବିଚାର କରୁଛନ୍ତି । ସେହିପରି ରାଜ୍ୟସଭା ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଥିଲା ଯେ ଚାରୋଟି ବିଲ୍ ପାରିତ ହୋଇ ପାରେ ।

କିଛିଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ତାଙ୍କୁ ପଚରା ଯାଇଥିଲା ଯେ, POKର ଲୋକେ ଭାରତ ସହ ମିଶ୍ରଣ କରିବାକୁ ଦାବି କରୁଛନ୍ତି, ଏହି ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ କ'ଣ ଯାହାର ଉତ୍ତରରେ ସେ କହିଥିଲେ, ପାକିସ୍ତାନ ଅକ୍ତିଆର କରିଥିହା କାଶ୍ମୀର(POK) ସ୍ୱୟଂଚାଳିତ ଭାବରେ ଭାରତରେ ସାମିଲ ହୋଇଯିବ । ଏଥିପାଇଁ କିଛି ସମୟ ମାତ୍ର ଅପେକ୍ଷା କରିବା ପାଇଁ ପଡିବ ।

ପାକିସ୍ତାନ ଅଧିକୃତ କାଶ୍ମୀର (PoK) କ'ଣ?
POK ଜାମ୍ମୁ କାଶ୍ମୀରର ସେହି ଅଂଶ ଯାହାକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛି । PoK ଭାରତର ଏକ ଅଂଶ କାରଣ କାଶ୍ମୀରର ରାଜା ହରି ସିଂ ଏବଂ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମଧ୍ୟରେ ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍ ସ୍ୱାକ୍ଷରିତ ହୋଇଥିଲା କିନ୍ତୁ ଏହା ବେଆଇନ ଭାବେ ପାକିସ୍ତାନ ଦ୍ୱାରା ଦଖଲ କରାଯାଇଛି । ଏଥିରେ ଦକ୍ଷିଣ କାଶ୍ମୀରର ଆଠଟି ଜିଲ୍ଲା ଯଥା ନୀଲମ, ମିରପୁର, ଭୀମବର, କୋଟଲି, ମୁଜାଫରବାଦ, ବାଗ, ରାୱାଲକୋଟ ଏବଂ ସୁଧନୋତି ଅନ୍ତର୍ଭୁକ୍ତ ।

ସୂଚନାଥାଉ ଯେ, ସେହିପରି ଚାରୋଟି ବିଲ୍ ଉପରେ ଚର୍ଚ୍ଚା ହେବା ନେଇ ମଧ୍ୟ ଏଜେଣ୍ଡାରେ ଉଲ୍ଲେଖ କରାଯାଇଛି । ଏହି 4 ଟି ବିଲ୍ ହେଉଛି ଆଡଭୋକେଟ୍ ବିଲ୍, ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ବିଲ୍ 2023, ଡାକଘର ବିଲ୍ ଏବଂ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର ବିଲ୍ । ଏହି 4 ଟି ବିଲରେ ବିବାଦୀୟ ବିଲ୍ ମଧ୍ୟ ଅନ୍ତର୍ଭୁକ୍ତ ଯେଉଁଥିରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ ନୂତନ କମିଟି ଗଠନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+