ପଶ୍ଚିମବଙ୍ଗରେ ରହିଛନ୍ତି ୧୭ ଲକ୍ଷ ଫେକ୍‌ ଭୋଟର୍‌, ବିଜେପି ଆଣିଲା ଅଭିଯୋଗ

Lok Sabha Election 2024: ପଶ୍ଚିମବଙ୍ଗରେ ୧୬ ଲକ୍ଷ ଫେକ୍‌ ଭୋଟର୍‌ । ଏପରି ଅଭିଯୋଗ ଆଣିଛି ବିଜେପି ଏପରିକି ଭାରତୀୟ ଜନତା ପାର୍ଟିର ୬ ଜଣ ପ୍ରତିନିଧି ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି । ଏହା ସହ ସମସ୍ତ ତଥ୍ୟ ଥିବା ଏକ ପେନ୍ ଡ୍ରାଇଭ୍ ମଧ୍ୟ ଦେଇଛନ୍ତି । ବିଜେପି ଦାବି କରିଛି, ଭୋଟର ତାଲିକାରେ ଗୋଟିଏ ନାମକୁ ଦୁଇ ଦୁଇଥର ପ୍ରବେଶ କରାଯାଇଛି ଏପରିକି ମୃତ ବ୍ୟକ୍ତି ନାଁ ମଧ୍ୟ ଲିଷ୍ଟରେ ସାମିଲ ଅଛି ।

ଭାରତୀୟ ଜନତା ପାର୍ଟିର ଏକ ୬ ଜଣିଆ ପ୍ରତିନିଧି ଦଳ ବୁଧବାର ଦିନ ନିର୍ବାଚନ ଆୟୋଗଙ୍କୁ ଭେଟି ରାଜ୍ୟରେ 'ନକଲି ଭୋଟର'କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ପ୍ରତିନିଧୀ ଦଳ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରି ରାଜ୍ୟରେ ପ୍ରାୟ 16 ଲକ୍ଷ ନକଲି ଭୋଟର ଥିବା ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଆୟୋଗଙ୍କୁ ଅନୁରୋଧ କରିଛନ୍ତି।

16 lakh fake voters in West Bengal

ସୂଚନା ଅନୁସାରେ, ବୁଧବାର ଦିନ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ପହଞ୍ଚିଥିଲେ ଯେଉଁଥିରେ ଫେକ୍ ଭୋଟରଙ୍କ ତାଲିକା ଥିଲା । ସେ ଦାବି କରିଛନ୍ତି ଯେ, ରାଜ୍ୟରେ ପ୍ରାୟ ୧୬ ଲକ୍ଷ ଫେକ୍ ଭୋଟର ଅଛନ୍ତି ଯେଉଁମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ସେ ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ରିପୋର୍ଟ ଅନୁସାରେ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ୧୪ ହଜାର ୨୬୭ ପୃଷ୍ଠାର ଡକ୍ୟୁମେଣ୍ଟ ଦାଖଲ କରିଛି ବିରୋଧି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ମାମଲା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି । ତେବେ ECIଙ୍କ ପକ୍ଷରୁ ଏକ ଟିମ୍‌ ମାର୍ଚ୍ଚରେ ପିଶ୍ଚିମବଙ୍ଗ ଗସ୍ତରେ ଆସିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିରୋଧୀ ଆଣିଥିବା ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଛ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ନେତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+