ବିଶ୍ଵଯୁଦ୍ଧ ମୁହାଁ ବିଶ୍ଵ ; ଘନାଉଛି ଇସ୍ରାଏଲ ଇରାନ ବିବାଦ, ବିଭିନ୍ନ ରାଷ୍ଟ୍ରରେ ବଢ଼ିଲା ଇସ୍ରାଏଲ ଦୂତାବାସ ସୁରକ୍ଷା

ଇସ୍ରାଏଲ ବିରୋଧରେ ଇରାନ, ହମାସ ଓ ହିଜବୁଲ୍ଲାର ମିଳିତ ରଣହୁଙ୍କାର ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ବଢ଼ାଇଦେଇଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ସମଗ୍ର ବିଶ୍ବରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Israel Hamas war

ଭାରତ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ସେମାନଙ୍କ ନାଗରିକମାନଙ୍କୁ ଲେବାନନ ଛାଡିବାକୁ ଆହ୍ୱାନ ଦେଇଛନ୍ତି। ଯେଉଁଠାରେ ଶକ୍ତିଶାଳୀ ଇରାନ ସମର୍ଥିତ ହିଜବୁଲ୍ଲା ସଂଗଠନର ଉପସ୍ଥିତି ରହିଛି, ଉକ୍ତ ଅଂଚଳରୁ ତତ୍‌କ୍ଷଣାତ ପଳାଇଯିବାକୁ ନାଗରିକଙ୍କୁ ସତର୍କ କରାଯାଇଛି। ଅନେକ ରାଷ୍ଟ୍ର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଆଞ୍ଚଳିକ ସଶସ୍ତ୍ର ସଂଘର୍ଷ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହି କାନାଡା ନିଜ ନାଗରିକମାନଙ୍କୁ ଇସ୍ରାଏଲ ଯାତ୍ରାରୁ ଦୂରେଇ ରହିବାକୁ କହିଛି।

ଇସ୍ରାଏଲରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଇସ୍ରାଏଲରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ପ୍ରୋଟୋକଲ ପାଳନ କରିବାକୁ କୁହାଯାଇଛି। ବେରୁତସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲେବାନନ ଯାତ୍ରା ନ କରିବାକୁ ପରାମର୍ଶ ଦେବାର ଦିନକ ପରେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ମଧ୍ୟ ସୁରକ୍ଷା ଚେତାବନୀ ଦିଆଯାଇଛି।

ନାଗରିକଙ୍କୁ ତୁରନ୍ତ ଲେବାନନ ଛାଡ଼ିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ଆମେରିକୀୟ ଯବାନଙ୍କ ସୁରକ୍ଷା ଏବଂ ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ନିଜର ସାମରିକ ଉପସ୍ଥିତିକୁ ସୁଦୃଢ଼ କରୁଛି। କତାର, ଇଜିପ୍ଟ ଏବଂ ଆମେରିକୀୟ ମଧ୍ୟସ୍ଥିମାନଙ୍କ ମଧ୍ୟରେ ଇସ୍ରାଏଲ-ହମାସ ମଧ୍ୟରେ ଶାନ୍ତି ପାଇଁ ଚାଲିଥିବା ସମସ୍ତ ପ୍ରୟାସ ଭଣ୍ଡୁର ହୋଇଛି। ଇରାନ ଯେ କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ଘାତକ କ୍ଷେପଣାସ୍ତ୍ର ପ୍ରୟୋଗ କରିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ ନିଜର ସମସ୍ତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ହାଇଆଲର୍ଟରେ ରଖିଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଇସ୍ରାଏଲ ଦୂତାବାସର ସୁରକ୍ଷା ବଢ଼ାଇ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+