ଆଚାର୍ଯ୍ୟ କଲା ପରି ରିପୋର୍ଟ ଦେଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ(WHO), ଏଥି ପାଇଁ କମିଛି ଆୟୁଷ
କଡ ଲେଉଟାଇଛି ଭୂତାଣୁ । ଡରାଇଲାଣି ଉହାନରୁ ଜାତ ଭାଇରସ । କରୋନାକୁ ନେଇ ସାରା ଏସିଆରେ ଆତଙ୍କ । ଏସିଆ ମହାଦେଶର ବିଭିନ୍ନ ସ୍ଥାନରେ ବ୍ୟାପିଛି ଭାରିଆଣ୍ଟ । ନୂଆ ଲହର ବ୍ୟାପିବା ପରେ ହଂକଂ ଓ ସିଙ୍ଗାପୁରର ସ୍ବାସ୍ଥ୍ୟ ଅଧିକାରୀ ସତର୍କ ରହିବାକୁ ଦେଇଛନ୍ତି ପରାମର୍ଶ ।

ହଂକଂ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ଏହା ପୂର୍ବ ସଂକ୍ରମଣ ଭଳି ଉଗ୍ର ରୂପ ନେଇନି ତଥାପି ଭୟ ବଢିଲାଣି । ସେହିଭଳି ସିଙ୍ଗାପୁରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ମେ ୩ ସୁଦ୍ଧା କୋଭିଡ ମାମଲା ୧୪,୨୦୦ରେ ପହଞ୍ଚିଛି । କୋଭିଡ ସଂକ୍ରମଣ ପାଇଁ ହସ୍ପିଟାଲରେ ବି ମାମଲା ବଢିଛି ୩୦% ।
କୋଭିଡ ସଂକ୍ରମଣ ବଢିବା ପରେ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ । ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ବୁଷ୍ଟର ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ହଂକଂ ପପ୍ ଷ୍ଟାର ଏସନ ଚାନ୍ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିବା ପରେ ତାଙ୍କ ତାଇଵାନ୍ କନ୍ସର୍ଟକୁ ସ୍ଥଗିତ ରଖାଯାଇଛି ।
ବ୍ଲୁମ୍ବର୍ଗ ରିପୋର୍ଟ କରିଛି ଯେ, ଚୀନ୍ରେ ବି କୋଭିଡ୍ର ନୂତନ ଲହର ମୁଣ୍ଡ ଟେକିଲାଣି । ଯଦି ସେଠାରେ ମାମଲା ବଢେ ତେବେ ଆଗକୁ ବିଶ୍ୱକୁ ବ୍ୟାପିପାରେ । କାର ଗତ ପାଞ୍ଚ ସପ୍ତାହ ମଧ୍ୟରେ ଚୀନ୍ବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ହାର ଦୁଇଗୁଣରୁ ଅଧିକ ହୋଇଛି । ସେପଟେ ସାମ୍ନାକୁ ଆସିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ । WHOର ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୧ ମଧ୍ୟରେ ପାଖାପାଖି ୨ ବର୍ଷ କମିଛି ଆୟୁଷ ।
ଅର୍ଥାତ କରୋନା ଆସିବା ପରେ ମଣିଷର ଆୟୁଷରେ ବଡ଼ ହ୍ରାସ ଘଟିଛି। ଇତିହାସରେ ଏହାକୁ ସର୍ବାଧିକ ହ୍ରାସ ବୋଲି ଦର୍ଶାଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଏପରିକି କରୋନା ପରେ ଡିପ୍ରେସନ ବି ବଢିଛି । କେବଳ ଡିପ୍ରେସନ କାରଣରୁ ଆୟୂଷ ୬ ମାସ କମିଯାଉଛି। WHOର କହିବା ଅନୁସାରେ, ଏବେବି ଅନେକ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ସୁଦୃଢ ନୁହେଁ । ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ବିପୁଳ ଅଭାବ ଏବଂ ଟିକାକରଣ ଓ ନିରାପଦ ପ୍ରସବ ପରି ସେବାରେ ତ୍ରୁଟି ଦେଖାଯାଉଛି।
କ୍ୟାନସର ଓ ମଧୁମେହ ପରି ରୋଗ ଯୋଗୁ ମୃତ୍ୟୁ ବଢୁଛି। ବିଶ୍ୱବ୍ୟାପୀ ଅଧିକାଂଶ ୭୦ ବର୍ଷରୁ କମ୍ ବୟସର ଲୋକଙ୍କ ମୃତ୍ୟୁ ହେଉଛି। ବାୟୁ ପ୍ରଦୂଷଣ ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ମାତୃ ଏବଂ ଶିଶୁ ମୃତ୍ୟୁ ହାର ଦ୍ରୁତଗତିରେ ହ୍ରାସ ନ ପାଇବା ଯୋଗୁ ଲକ୍ଷ ଲକ୍ଷ ଜୀବନ ବିପଦରେ ପଡ଼ିଛି। ଏସବୁ ଦିଗକୁ ସତର୍କତାର ସହ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି WHO। ଏପରି ସ୍ଥିତିରେ କୋଭିଡର ନୂଆ ରୂପ ସାରା ବିଶ୍ୱକୁ ଦୋହଲାଇ ରଖିଲାଣି । କେତେବେଳେ ଏହା କଣ କରିବ ଏବେଠୁ ଆଶଙ୍କା କଲେଣି ବିଶେଷଜ୍ଞ ।












Click it and Unblock the Notifications