ବିପକ୍ଷ ଓ ହଙ୍ଗାମା ଭିତରେ ସରିଲା ସଂସଦ ଶୀତ ଅଧିବେଶନ

ଶେଷ ଦିନରେ ବି ସୁରୁଖୁର ଚାଲିଲାନି ଲୋକସଭା। ଲଗାତାର ହଙ୍ଗାମା ପାଇଁ ପରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ମୁଲତବୀ ପରେ ସରିଛି ଅଧିବେଶନ । ସେପଟେ ଆମ୍ବେଦର ବିବାଦ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ବିରୋଧ କରି ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି। ବିଜୟ ଚୌକରୁ ସଂସଦ ଭବନ ପର୍ଯ୍ୟନ୍ତ ରାହୁଲଙ୍କ ସମର୍ଥନରେ ପଦଯାତ୍ରା କରିଛନ୍ତି ବିରୋଧୀ ସାଂସଦ।

the winter session ended

ଏହି ସମୟରେ ରାହୁଲ ଗାନ୍ଧୀ ସାମିଲ ହୋଇ ନାହାଁନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ସାଂସଦ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି। ସେପଟେ ଏନଡିଏ ସାସଂଦମାନେ ମଧ୍ୟ ରାହୁଲଙ୍କୁ ବିରୋଧ କରି ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି ଶାସକ ଦଳ ସାସଂଦମାନେ। ସେପଟେ ରାଜ୍ୟସଭା ମଧ୍ୟ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ସେପଟେ ରାହୁଲ ଗାନ୍ଧୀଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେପି। ସଂସଦରେ ସମ୍ମୁଖରେ ବିଜେପି କର୍ମୀଙ୍କ ବିକ୍ଷୋଭ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଶତାଧିକ ବିଜେପି କର୍ମୀ ରାଜଭବନ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ଗତକାଲି ସଂସଦରେ ରାହୁଲ ଗାନ୍ଧୀ ଠେଲିଦେବାରୁ ପ୍ରତାପ ଷଡଙ୍ଗୀଙ୍କ ସହ ଅନ୍ୟ ଜଣେ ସାଂସଦ ମୁକେଶ ରାଜପୁତ ଆହତ ହୋଇଛନ୍ତି । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟ ବିଜେପି ନେତା।

ଅନ୍ୟପଟେ ଦିଲ୍ଲୀରେ ଆଜି ବିଜେପି ଓ କଂଗ୍ରେସର ଜୋରଦାର ବିକ୍ଷୋଭ । ଗୋଟେପଟେ ଗୃହମନ୍ତ୍ରୀ ଶାହାଙ୍କୁ ବିରୋଧ କରି ପ୍ରଦେଶ ଯୁବ କଂଗ୍ରେସ ବିକ୍ଷୋଭ କରିଥିବାବେଳେ ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରି ଦିଲ୍ଲୀ ପ୍ରଦେଶ ବିଜେପି କରିଛି ଜୋରଦାର ବିରୋଧ ପ୍ରଦର୍ଶନ । ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ବୟାନ କେବଳ ଅପମାନ ନୁହେଁ ଅପରାଧ କହି କଂଗ୍ରେସ ଇସ୍ତଫା ଦାବି କରିଛି ସେପଟେ ସଂସଦରେ ଠେଲାପେଲା ଘଟଣାରେ ବିଜେପି ସାଂସଦ ଆହତ ହେବାକୁ ପ୍ରସଙ୍ଗ କରି ବିଜେପି ବିକ୍ଷୋଭ କରିଛି । ରାହୁଲଙ୍କ ଇସ୍ତଫା ଦାବି କରିଛି ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+