ସାରା ବିଶ୍ଵ ଭାରତୀୟ ଯୁବପିଢ଼ିର ଦକ୍ଷତା ପ୍ରତି ଆକର୍ଷିତ ହେଉଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାରା ବିଶ୍ୱ ଭାରତୀୟ ଯୁବପିଢ଼ିର ଦକ୍ଷତା ପ୍ରତି ଆକର୍ଷିତ ହୋଇଛି । ସେ କହିଛନ୍ତି ବର୍ତ୍ତମାନ ବିଶ୍ବର ଅନେକ ଦେଶରେ ନେତାମାନେ ଆଶା କରୁଛନ୍ତି ଯେ ଭାରତର ଯୁବପିଢ଼ି ସେମାନଙ୍କ ଦେଶରେ କୁଶଳୀ ଶକ୍ତି ଭାବରେ କାର୍ଯ୍ୟ କରନ୍ତୁ । ଆଜି ସକାଳେ ଗୁଜରାଟର ବଡ଼ତାଲ ସ୍ଥିତ ଶ୍ରୀ ସ୍ଵାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଜରିଆରେ ଏହା କହିଛନ୍ତି ।

ସେ କହିଛନ୍ତି ଆଗାମୀ ଦିନରେ ଭାରତୀୟ ଯୁବଶକ୍ତିର ଚାହିଦା ସାରା ବିଶ୍ଵରେ ଆହୁରି ବୃଦ୍ଧି ପାଇବ । ବିକଶିତ ଭାରତ ପାଇଁ ଯୁବକମାନଙ୍କୁ ସଶକ୍ତ କରିବାକୁ ହେବ ଏବଂ ସେମାନଙ୍କୁ ଦେଶର କୁଶଳୀ ଯୁବଶକ୍ତିରେ ପରିଣତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସରକାରଙ୍କ ପକ୍ଷରୁ ୨୦୦ ଟଙ୍କିଆ ରୂପା ମୁଦ୍ରା ଏବଂ ସ୍ମାରକୀ ଡାକଟିକଟ ଜାରି କରାଯାଇଥିବାରୁ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Narendra modi

ସେ କହିଛରି ୨୦୦ ବର୍ଷ ପୂର୍ବେ ଭଗବାନ ସ୍ଵାମୀନାରାୟଣଙ୍କ ଦ୍ବାରା ସ୍ଥାପିତ ବଡ଼ତାଲ ଧାମ ଆଧ୍ୟାତ୍ମିକ ଚେତନାକୁ ଉଜ୍ଜୀବିତ ରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେ କହିଛନ୍ତି ଏହି ମନ୍ଦିର ଭାରତୀୟ ସଂସ୍କୃତିର ଏକ ଶାସ୍ତ୍ରୁତ ପ୍ରବାହର ପ୍ରମାଣ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+