ଭାରତ ଉପ ରାଷ୍ଟ୍ରପତିଙ୍କୁ ମିଳିଥାଏ ଏହି ସବୁ ସୁବିଧା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦେଶ ସେପ୍ଟେମ୍ବର ୯ତାରିଖରେ ନୂତନ ଉପରାଷ୍ଟ୍ରପତି ପାଇବାକୁ ଯାଉଛି। ଜୁଲାଇ ୨୧ରେ ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିବାରୁ ଉପରାଷ୍ଟ୍ରପତି ନିର୍ବାଚନ ଜରୁରୀ ହୋଇ ପଡ଼ିଥିଲା।

Vice President

ଏନ୍ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ଭାରତର ଉପରାଷ୍ଟ୍ରପତି ହେବାପରେ ଅର୍ଥାତ ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ମାତ୍ରେ ପ୍ରାର୍ଥୀଙ୍କୁ କେଉଁକେଉଁ ସୁବିଧା ମିଳିଥାଏ ଆସନ୍ତୁ ଜାଣିବା।

ବିଶେଷ ସୂତ୍ରରୁ ଖବର ମିଳିଛି, ଉପରାଷ୍ଟ୍ରପତିଙ୍କୁ ମାସକୁ ୪ ଲକ୍ଷ ଟଙ୍କା ଦରମା ମିଳିଥାଏ। ଉପରାଷ୍ଟ୍ରପତିଙ୍କୁ ନିୟମିତ ଦରମା ମିଳେ ନାହିଁ, କିନ୍ତୁ ସେ ରାଜ୍ୟସଭାର ପଦାଧିକାରୀ ଅଧ୍ୟକ୍ଷ ଭାବରେ କାମ କରିବା ପାଇଁ ପାଇଁ ଏହି ରାଶି ପ୍ରାପ୍ତ କରିଥାଆନ୍ତି। ଏହା ବ୍ୟତୀତ ମହଙ୍ଗା ଭତ୍ତା (ଡିଏ) ମଧ୍ୟ ଯୋଡା ଯାଇଥାଏ, ଯାହା ସମୟ ସମୟରେ ବୃଦ୍ଧି ପାଇଥାଏ।

ନିର୍ବାଚନ ଜିତିବା ମାତ୍ରେ ଉପରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ସରକାରୀ ବାସଭବନ, ସ୍ୱାସ୍ଥ୍ୟ ସୁବିଧା, ଟ୍ରେନ୍-ବିମାନ ଯାତ୍ରା, ଲ୍ୟାଣ୍ଡଲାଇନ୍, ମୋବାଇଲ୍ ଫୋନ୍ ସେବା, ବ୍ୟକ୍ତିଗତ ସୁରକ୍ଷା ଏବଂ କର୍ମଚାରୀ ମିଳିଥାଏ।

ଏହା ବ୍ୟତୀତ ଏକାଧିକ ବିଳାସପୂର୍ଣ୍ଣ କାର ସର୍ବଦା ମହଜୁଦ ରହିଥାଏ। ଶିକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ସରକାରୀ ସ୍କୁଲ କିମ୍ବା କଲେଜରେ ଫି ଛାଡ ଏବଂ ଅନ୍ୟାନ୍ୟ ସୁବିଧା ମିଳିଥାଏ। ବିଦେଶ ଯାତ୍ରାରେ କୂଟନୈତିକ ପାସପୋର୍ଟ, ହୋଟେଲ ବୁକିଂ ଏବଂ ପ୍ରୋଟୋକଲ୍ ସୁବିଧା ଉପଲବ୍ଧ ରହିଥାଏ।
ପଦ ଛାଡିବା ପରେ ମଧ୍ୟ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ସରକାର ଅନେକ ସୁବିଧା ପ୍ରଦାନ କରନ୍ତି। ଯେଉଁଥିରେ ଜୀବନବ୍ୟାପୀ ପେନସନ୍ ଅନ୍ତର୍ଭୁକ୍ତ। ଯାହା ବର୍ତ୍ତମାନର ଦରମାର ୫୦ ପ୍ରତିଶତ ରହିଥାଏ।
ଏହା ବ୍ୟତୀତ, ଟାଇପ୍-୮ ବଙ୍ଗଳା, ବ୍ୟକ୍ତିଗତ ସଚିବ, ସହାୟକ, ସୁରକ୍ଷା, ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଅନେକ ଅନ୍ୟାନ୍ୟ ସୁବିଧା ଜାରି ରହେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+