କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ବୟାନ ଦେଲା ଆମେରିକା, ଅସନ୍ତୋଷ ପ୍ରକାଶ ଭାରତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାର କାର୍ଯ୍ୟକାରୀ ମିଶନ ଡେପୁଟି ଚିଫ୍ ଗ୍ଲୋରିଆ ବାରବେନାଙ୍କୁ ଡକାଇଛି। ଏହି ବୈଠକ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି।

foreign ministry

ଏଥିରେ କୁହାଯାଇଛି ଯେ ବିଭିନ୍ନ ରାଷ୍ଟ୍ର ଅନ୍ୟ ଦେଶ ଗୁଡ଼ିକର ସାର୍ବଭୌମତ୍ୱ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରତି ସମ୍ମାନ କରିବା ଦରକାର। ବିଶେଷ କରି ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ରାଷ୍ଟ୍ରଗୁଡ଼ିକ ଏଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ।

ଅନ୍ୟଥା ଏହା ଗୋଟିଏ ଅସ୍ୱାଭାବିକ ଉଦାହରଣ ସୃଷ୍ଟି କରିବ। ଭାରତର ଆଇନ ପ୍ରକ୍ରିୟା ଗୋଟିଏ ସ୍ୱାଧୀନ ନ୍ୟାୟିକ ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ। ଏହା ସମୟ ଉପଯୋଗୀ ଓ ସଠିକ ଟ୍ରାଏଲ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାକୁ ନେଇ ମତ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ କହିଛି।

ମଙ୍ଗଳବାର ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଥିଲେ ଯେ କେଜ୍ରିୱାଲଙ୍କ ଗିରଫ ଉପରେ ଆମେରିକା ସରକାର ନଜର ରଖିଛନ୍ତି। ଆମେ ଭାରତ ସରକାରଙ୍କୁ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଗୋଟିଏ ନିରପେକ୍ଷ, ସ୍ୱଚ୍ଛ ଓ ସମୟ ସାପେକ୍ଷ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଉଛୁ। ଆମର ଆଶା ସବୁ କିଛି ଆଇନ ଅନୁଯାୟୀ ହେବ ବୋଲି ମୁଖପାତ୍ର ଜଣଙ୍କ କହିଥିଲେ।

ଏହାପୂର୍ବରୁ ଜର୍ମାନୀ ସରକାର ମଧ୍ୟ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମତ ରଖିଥିଲେ। ଜର୍ମାନୀ ସରକାର କହିଥିଲେ "କେଜ୍ରିୱାଲ ଅନ୍ୟ ସାଧାରଣ ଭାରତୀୟ ନାଗରିକଙ୍କ ଭଳି ନିରପେକ୍ଷ ଶୁଣାଣିର ହକଦାର। ଆମେ ମାନୁଛୁ ଓ ଆଶା କରୁଛୁ ଯେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଓ ଗଣତନ୍ତ୍ରର ମୂଳ ନୀତିଗୁଡ଼ିକୁ ମଧ୍ୟ ଏହି ମାମଲାରେ ବିଚାରକୁ ନିଆଯିବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+