ମଧ୍ୟପ୍ରାଚ୍ୟରେ ବିବାଦ ମୁହଁ ଖୋଲିଲା ଜାତିସଂଘ ; ତୁରନ୍ତ ଯୁଦ୍ଧବିରତି ପାଇଁ ମିଳିତ ଜାତିସଂଘ ମହାସଚିବଙ୍କ ଅପିଲ୍
ଇରାନ ଇସ୍ରାଏଲ ଇଦ୍ଧ ଭିତରେ ଶାନ୍ତି ପାଇଁ ଅପିଲ କଲା ଜାତିସଂଘ। ଭୟଙ୍କର ହୋଇଛି ଇସ୍ରାଏଲ ଇରାନ ଯୁଦ୍ଧ। ଯାହା ପାଇଁ ସାରା ବିଶ୍ବ ଏବେ ଚିନ୍ତାରେ । ଇସ୍ରାଏଲ ଉପରେ ଇରାନର ୪୦୦ ମିଶାଇଲ ମାଡ ପରେ ମୁହଁ ଖୋଲିଛି ଜାତିସଂଘ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମଙ୍ଗଳବାର ଦିନ ଇରାନ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ମାଡ଼କୁ ବ୍ୟାପକ ନିନ୍ଦା କରିଛି।

ମଙ୍ଗଳବାର ଦିନ ଏକ ବିବୃତ୍ତିରେ ଗୁଟେରସ୍ କହିଛନ୍ତି ଯେ ଏହି ଯୁଦ୍ଧ ବନ୍ଦ ହେବା ଆବଶ୍ୟକ। ଆମକୁ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଆବଶ୍ୟକ।
ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଗୁଟେରସ୍ ନିବେଦନ କରିଛନ୍ତି ବୋଲି ମୁଖପାତ୍ର ଷ୍ଟେଫେନ୍ ଡୁଜାରିକ୍ କହିଛନ୍ତି ଯେ ଲେବାନନରେ ସମସ୍ତ ଯୁଦ୍ଧରୁ ଦୂରେଇ ରହିବା ଉଚିତ ଏବଂ ଲେବାନନର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦିଆଯିବା ଆବଶ୍ୟକ।












Click it and Unblock the Notifications