ବଡ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ; ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡ଼ିକାଲ ନେଲେ ମିଳିବ ୨୫ ହଜାର ଟଙ୍କା

ଦେଶରେ ସଡ଼କ ଓ ଜାତୀୟ ରାଜପଥ ନେଟୱାର୍କ ବଢିବାରେ ଲାଗିଛି। ଅନୁରୂପ ଭାବେ ସଡ଼କ ଦୁର୍ଘଟଣା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି। ସଡ଼କ ଦୁର୍ଘଟଣାରେ ବର୍ଷକୁ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି, ତାହା କରୋନା ମହାମାରୀ, କୌଣସି ଦଙ୍ଗା କିମ୍ବା ଯୁଦ୍ଧ ସମୟର ମୃତ୍ୟୁ ସଂଖ୍ୟା ଠାରୁ ମଧ୍ୟ ଅଧିକ। ଭାରତରେ ଦୈନିକ ୪୭୪ ଜଣ ଲୋକଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଉଛି। ଗତବର୍ଷ ଅର୍ଥାତ୍ ୨୦୨୪ ମସିହାରେ ସଡ଼କ ଦୁର୍ଘଟଣାରେ ୮୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି।

Nitin Gadkari

ସେଥିମଧ୍ୟରୁ ୧୮ରୁ ୩୪ ବର୍ଷ ବୟସ୍କଙ୍କ ସଂଖ୍ୟା ୬୬ ପ୍ରତିଶତ ରହିଛି। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି, ୮୦ ହଜାର ମୃତକଙ୍କ ମଧ୍ୟରୁ ୫୦ ହଜାର ଏଭଳି ଲୋକ ରହିଛନ୍ତି, ଯଦି ସେମାନଙ୍କୁ ସଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚାଯାଇପାରିଥାନ୍ତା, ତେବେ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିଥାନ୍ତା ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ। ଏହି ସଡ଼କ ଦୁର୍ଘଟଣାଜନିତ ଅକାଳ ମୃତ୍ୟୁକୁ ରୋକିବା ଲାଗି ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଣିକି ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଉଥିବା ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ବିଚାର କରୁଥିବା ସେ କହିଛନ୍ତି। ପୂର୍ବରୁ ଏନେଇ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, ଅନେକ ସମୟରେ ରାଜପଥ ଗୁଡିକରେ ଅଟକି ଥିବା ଗାଡି, ତ୍ରୁଟିପୂର୍ଣ୍ଣ ରହଣି, ବ୍ରେକ୍‌ଡାଉନ୍‌ ଯାନବାହନ ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଛି। ଏଭଳି ଗାଡିର ନମ୍ବର ସହ ଫଟୋ ଉଠାଇ ସଡ଼କ ପରିବହନ ବିଭାଗକୁ ପଠାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କାର ତଥା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି କରିଛନ୍ତି। ଏଭଳି ଗାଡିରୁ ଚାଲାଣ କଟାଯିବାକୁ ଥିବା ଅର୍ଥର ୧୦ ପ୍ରତିଶତ ସଂପୃକ୍ତ ଫଟୋ ଓ ତଥ୍ୟପ୍ରଦାନକାରୀ ବ୍ୟକ୍ତିଙ୍କୁ କମିଶନ ଆକାରରେ ଦିଆଯିବ ବୋଲି ଶ୍ରୀ ଗଡ଼କରୀ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
କେବଳ ସେତିକି ନୁହେଁ; ସଡ଼କ ନିକଟରେ ଥିବା ବିଦ୍ୟାଳୟ ଗୁଡିକରେ ତ୍ରୁଟିପୂର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ପଥ ଯୋଗୁଁ ଦୁର୍ଘଟଣାରେ ବର୍ଷକୁ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟୁଛି। ଏଭଳି ବିଦ୍ୟାଳୟ ନିକଟରେ ପ୍ରବେଶ-ପ୍ରସ୍ଥାନ ପଥର ଡିଜାଇନ୍‌ ବଦଳା ଯିବା ସହ ଆବଶ୍ୟକ ସ୍ଥଳେ ଫୁଟ୍‌ ଓଭରବ୍ରିଜ୍ ବା ପାଦଚଲା ସେତୁ ନିର୍ମାଣ କରିବାକୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ମାନେ ଏକ ହଜାରରୁ ୨ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଅର୍ଥରାଶି ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ପ୍ରଦାନ କରାଯିବାକୁ ମନ୍ତ୍ରୀ ଶ୍ରୀ ଗଡ଼କରୀ ପ୍ରସ୍ତାବ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+