ବଡ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ, କ୍ୟାନ୍ସରକୁ ମାତ୍ ଦେବା ପ୍ରସ୍ତୁତ ହେଉଛି ଟିକା: ଏହି ମାନଙ୍କୁ ଦିଆଯିବ

କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କର୍କଟ ଟୀକା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ମହିଳାଙ୍କୁ ମିଳିବ କ୍ୟାନ୍ସର ଭ୍ୟାକସିନ୍। ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ସାମାନ୍ୟ ଆଶ୍ବସ୍ତି କଲା ଭଳି ଖବର ସାମ୍ନାକୁ ଆସିଛି। କ୍ୟାନସର ବିରୋଧୀ ଲଢ଼େଇରେ କିଛିଟା ବଳ ମିଳିବ। କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା। କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି ।

cancer

ମନ୍ତ୍ରୀ କହିଛନ୍ତି, ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ। ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ। ଏହି ଟିକାର ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି। ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ।

ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ କର୍କଟ ଟିକା ସମ୍ପର୍କରେ ଏହା ଏକ ବଡ଼ ଅପଡେଟ୍। ୩୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ହସ୍ପିଟାଲରେ ସ୍କ୍ରିନିଂ କରାଯିବ ଏବଂ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ପାଇଁ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରାଯିବ। କର୍କଟ ଚିକିତ୍ସାରେ ବ୍ୟବହୃତ ଔଷଧ ଉପରୁ ସୀମା ଶୁଳ୍କ ମଧ୍ୟ ଛାଡ଼ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+