ଜମ୍ମୁ କାଶ୍ମୀର ସୁରକ୍ଷା ପାଇଁ ୧୬ରେ ଜରୁରୀ ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଉପତ୍ୟକାରେ ଦିନକୁ ଦିନ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ନିକଟରେ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ପୂରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ ଆଜି ଶ୍ରୀ ଶାହ ବରିଷ୍ଠ ଅଧିକାରୀମାନଙ୍କ ସହ ଉପତ୍ୟକାର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

ସେହିପରି ଆସନ୍ତା ୧୬ ତାରିଖରେ ସେ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ଆର୍ମି ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଘାଟିରେ ବଢ଼ୁଥିବା ଆତଙ୍କୀ ହମଲାକୁ କେମିତି ହ୍ରାସ କରାଯିବ, ତାହା ହିଁ ବୈଠକର ମୂଳ ଏଜେଣ୍ଡା ରହିଛି।

ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଜିର ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଜମ୍ମୁ-କଶ୍ମୀରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ତଥ୍ୟ ଦିଆଯାଇଛି। ସେହିପରି ଆତଙ୍କବାଦୀ ହମଲା ପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ପଚାରି ବୁଝିଛନ୍ତି।

ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀ ୪ଟି ଭିନ୍ନଭିନ୍ନ ଠିକଣାରେ ହମଲା କରି ସାରିଲେଣି। ରୈସି, କଠୁଆ ଓ ଡୋଡା ଜିଲ୍ଲାରେ ଏପରି ଆକ୍ରମଣ ହୋଇଛନ୍ତି। ଏହି ସବୁ ଆକ୍ରମଣରେ ୯ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୭ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+