କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାହିଁ ନିଜସ୍ଵ କାର, ଜାଣନ୍ତୁ କେତେ ରହିଛି ସମ୍ପର୍ତ୍ତି
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେ ବିଜେପିର ପାରମ୍ପାରିକ ଆସନ ଗାନ୍ଧିନଗରରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗାନ୍ଧିନଗର ଆସନ ପାଇଁ ଭୋଟ୍ ଆସନ୍ତା 7 ତାରିଖରେ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ପରେ ଅମିତ ଶାହା କହିଛନ୍ତି ଯେ ଲାଲ କୃଷ୍ଣ ଆଡଭାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ପ୍ରତିନିଧିତ୍ବ କରୁଥିବା ଆସନକୁ ପ୍ରତିନିଧିତ୍ବ କରିବା ମୋ ପାଇଁ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଲୋକଙ୍କ ପାଇଁ ବହୁତ କାମ କରିଛନ୍ତି।
ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶୁକ୍ରବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ, ସେତେବେଳେ ତାଙ୍କ ଆଫିଡେଭିଟ୍ ଖବରରେ ରହିଆସିଛି। ପ୍ରକୃତରେ, ନାମାଙ୍କନ ଦାଖଲ କରିବା ସମୟରେ ଅମିତ ଶାହା କହିଛନ୍ତି ଯେ ତାଙ୍କର ନିଜସ୍ବ କାର ନାହିଁ ଏବଂ ସେ ବୃତ୍ତିରେ ଚାଷ କରନ୍ତି ଏବଂ ଜଣେ ସମ ସାମାଜିକ କର୍ମୀ ମଧ୍ଯ ଅଟନ୍ତି ।
ନିଜ ସତ୍ୟପାଠରେ ଅମିତ ଶାହ ଦର୍ଶାଇଛନ୍ତି, ତାଙ୍କ ନିକଟରେ ୨୦ କୋଟି ଟଙ୍କାର ସ୍ଥାବର ଓ ୧୬ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ବାର୍ଷିକ ଆୟ ୨୦୨୨-୨୩ରେ ୭୫.୦୯ ଲକ୍ଷ ଥିଲା ।ଏବେ ବି ତାଙ୍କ ଉପରେ ୧୫.୭୭ ଲକ୍ଷ ଟଙ୍କାର ଲୋନ୍ ରହିଛି। ମାତ୍ର ତାଙ୍କ ପାଖରେ କେବଳ ୨୪, ୧୬୪ ଟଙ୍କା ନଗଦ ରାଶି ରହିଛି।
ଅମିତ ଶାହଙ୍କ ନିକଟରେ ୭୨ ଲକ୍ଷ ଟଙ୍କାର ଗହଣା ଥିବା ବେଳେ ସେଥି ମଧ୍ୟରୁ ସେ ସେ ୮. ୭୬ ଲକ୍ଷ ମୂଲ୍ୟର ଅଳଙ୍କାର କିଣିଛନ୍ତି।
ମାତ୍ର ଅମିତ ଶାହଙ୍କ ପତ୍ନୀଙ୍କ ନିକଟରେ ୧.୧୦ କୋଟିର ଗହଣା ରହିଛି। ଯେଉଁଥିରେ ୧୬୨୦ ଗ୍ରାମର ସୁନା ଓ ୬୩ କ୍ୟାରେଟର ହୀରା ଗହଣା ରହିଛି। ଅମିତ ଶାହଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୩୯.୫୪ ଲକ୍ଷ ।
ଅମିତ ଶାହ ନିଜେ ଚାଷ କରିବା ସହ ସାମାଜିକ କାର୍ଯ୍ୟକର୍ତ୍ତା ଥିବା ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କ ଆୟର ସ୍ରୋତ ସାଂସଦ ବେତନ, ଘର, ଜମିର ଭଡ଼ା ଆୟ, ଚାଷରୁ ଆସୁଥିବା ଆୟ ଓ ଶେଆର ମାର୍କେଟରୁ ଆସୁଥିବା ରୋଜଗାରକୁ ଦର୍ଶାଇଛନ୍ତି। ତାଙ୍କ ପତ୍ନୀଙ୍କ ନାଁରେ ୨୨.୪୬ କୋଟିର ସ୍ଥାବର ଓ ୯ କୋଟିର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାଁରେ ବି ୨୬.୩୨ ଲକ୍ଷର ଲୋନ୍ ରହିଛି।












Click it and Unblock the Notifications