ପୁଣି ଅଶାନ୍ତ ଜାମ୍ମୁ କାଶ୍ମୀର ; ଆତଙ୍କବାଦୀ ଆକ୍ରମଣ ବିଜେପି ନେତା ମୃତ, ଦୁଇ ପର୍ଯ୍ୟଟକ ଆହତ

ପୁଣି ଅଶାନ୍ତ ଜାମ୍ମୁ କାଶ୍ମୀର। ଆତଙ୍କବାଦୀ ଆକ୍ରମଣ ବିଜେପି ନେତାଙ୍କୁ ହତ୍ୟା । ଜମ୍ମୁ ଓ କଶ୍ମୀରର ଶୋପିଆନ ଓ ଅନନ୍ତନାଗ ଜିଲ୍ଲାରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଣେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି।

Terrorist attack

ମୃତ ସରପଞ୍ଚଙ୍କ ନାଁ ଏଜାଜ ଶେଖ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶୋପିଆନର ହିରପୋରା ଅଞ୍ଚଳରେ ଏଜାଜ ଶେଖଙ୍କୁ କିଛି ଆତଙ୍କବାଦୀ ଗୁଳି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାର ୟାନ୍ନାରରେ ପର୍ଯ୍ୟଟକଙ୍କ ଏକ କ୍ୟାମ୍ପ ଉପରେ ଗୁଳିମାଡ଼ କରିବାରୁ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ଫରହା ଓ ତାଙ୍କ ସ୍ୱାମୀ ତାବ୍ରେଜ। ସେମାନେ ରାଜସ୍ଥାନର ଜୟପୁରର ବାସିନ୍ଦା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଶ୍ମୀର ଜୋନ୍ ପୁଲିସ୍ 'ଏକ୍ସ'ରେ ସୂଚନା ଦେଇଛି।

ଉଭୟ ସ୍ଥାନରେ ଘଟଣାସ୍ଥଳକୁ ପୁଲିସ୍ ନିଜ କବ୍‌ଜାକୁ ନେବା ସହିତ ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+