ଭୁଲରେ ସୁଦ୍ଧା ପିଅନ୍ତୁ ନାହିଁ ଏହି କ୍ଷୀର, ନଚେତ୍...
କ୍ଷୀର ଆମ ସାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ପାନୀୟ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ବାରା ଆମ ଶରୀରରେ ପ୍ରୋଟିନ୍ ଏବଂ କ୍ୟାଲସିୟମ୍ ପରିମାଣ ପୂରଣ ହୋଇଥାଏ । ଏହା ବ୍ୟତୀତ କ୍ଷୀର ମଧ୍ୟ ହାଡକୁ ମଜବୁତ କରିଥାଏ । କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ଏବଂ ଏନଜାଇମ୍ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଅଧିକାଂଶ ଲୋକ ସିଝା କ୍ଷୀର ପିଇଥାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କଞ୍ଚା କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । କଞ୍ଚା କ୍ଷୀର ସାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ବାସ ରହିଛି, କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା କ୍ଷୀର ଫିଇବା ଦ୍ବାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଅନୁଯାୟୀ, ଯେକୌଣସି ପ୍ରାଣୀର କ୍ଷୀରରେ ସଲମୋନେଲା, ଇ କୋଲି, ଲିଷ୍ଟେରିଆ ପରି କ୍ଷତିକାରକ ଜୀବାଣୁ ରହିଥାଏ, ଯାହାକୁ ଫୁଟାଇବା ବିନା ଫିଇଲେ ବିଷାକ୍ତ ହୋଇଥାଏ ।

ଆସନ୍ତୁ ଜାଣିବା କଞ୍ଚା କ୍ଷୀର ପିଇବାର ସାଇଡ୍ ଇଫେକ୍ଟ ବିଷୟରେ , କଞ୍ଚା କ୍ଷୀରରେ ଅନେକ ପ୍ରକାରର ଜୀବାଣୁ ରହିଥାଏ ଯାହା ଆମ ଶରୀରରେ ପ୍ରବେଶ କରି ସାଇଡ୍ ଇଫେକ୍ଟ କରିଥାଏ ଯେପରିକି ଡାଇରିଆ, ଡିହାଇସଡ୍ରେନ୍, ଗୁଇଲେନ୍ - ବାରେ ସିଣ୍ଡ୍ରୋମ ଏବଂ ହେମୋଲାଇଟିକ୍ ୟୁରେମିକ୍ ସିଣ୍ଡ୍ରୋମ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ । - ଯେତେବେଳେ କଞ୍ଚା କ୍ଷୀର ବାହାର କରାଯାଇଥାଏ, ଏହି କ୍ଷୀର ପଶୁ ଉଦର କିମ୍ବା ବେଳେବେଳେ ପଶୁ ମଳ ସଂସ୍ପର୍ଶରେ ଆସିଥାଏ, ଯେଉଁ କାରଣରୁ କ୍ଷୀର ଦୂଷିତ ହୋଇଥାଏ, ତେଣୁ ଏହାକୁ ସିଧାସଳଖ ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।












Click it and Unblock the Notifications