'ନ୍ୟାୟପାଳିକା ପ୍ରତି ଦେଶର ଲୋକମାନଙ୍କର ବିଶ୍ୱାସ ଓ ସମ୍ମାନ ନିରନ୍ତର ଭାବେ ବୃଦ୍ଧି ପାଉଛି '
ନ୍ୟାୟପାଳିକାଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ଏବଂ ସମ୍ମାନ ନିରନ୍ତର ବୃଦ୍ଧି ପାଉଛି ବୋଲି ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି । ଆନ୍ଧ୍ରପ୍ରଦେଶର ତିରୁପତି ଗ୍ରାମୀଣ ମଣ୍ଡଳସ୍ଥିତ ଡାମିନେଡୁଠାରେ ଆଜି ଏକ ନୂତନ ଜିଲ୍ଲା କୋର୍ଟ ପରିସରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ନ୍ୟାୟପ୍ରଦାନ ବ୍ୟବସ୍ଥା କେବଳ ଖଣ୍ଡପୀଠଙ୍କର ଦାୟିତ୍ୱ ନୁହେଁ ବରଂ ଆଇନ୍ଜୀବୀମାନେ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଖଣ୍ଡପୀଠ ଏବଂ ବାର୍ ଗୋଟିଏ ଅନୁଷ୍ଠାନର ଦୁଇ ହାତ ବୋଲି ବର୍ଣ୍ଣନା କରି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଆଇନ୍ଜୀବୀଙ୍କ ସହଯୋଗ ଏବଂ ଦକ୍ଷ ପରିଚାଳନା ବିଚାରବିଭାଗକୁ ଯୁକ୍ତିଯୁକ୍ତ ଏବଂ ସ୍ପଷ୍ଟ ନିଷ୍ପତ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ ।
ଏହାଦ୍ୱାରା ନ୍ୟାୟ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଦୃଢ଼ ହୋଇଥାଏ । କୋର୍ଟ ପରିସରଗୁଡ଼ିକ ହସ୍ପିଟାଲ ଭଳି କାର୍ଯ୍ୟ କରିବା ଉଚିତ୍ । ନ୍ୟାୟଭିକ୍ଷା ପାଇଁ କୋର୍ଟକୁ ଆସୁଥିବା ଜଣେ ବ୍ୟକ୍ତି ନିଜକୁ ନିରାପଦ ଅନୁଭବ କରିବା ସହିତ ସମସ୍ୟାର ସମାଧାନ ଦିଗରେ ନିଶ୍ଚିତ ହେବା ଉଚିତ୍ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।












Click it and Unblock the Notifications