Get Updates
Get notified of breaking news, exclusive insights, and must-see stories!

ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶରେ ଘଟିଥିବା ପରିବର୍ତ୍ତନ ବ୍ୟାପକ ସୁଯୋଗ ସୃଷ୍ଟି କରିଛି; ଅମିତ ଶାହା

ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଅଦ୍ଭୂତପୂର୍ବ ପରିବର୍ତ୍ତନ ହାସଲ କରିଛି। ଗାନ୍ଧୀନଗର ଜିଲ୍ଲା ଅନ୍ତର୍ଗ ପେଥାପୁରଠାରେ ଗୁଜୁରାଟ ଜୈବ ପ୍ରଯୁକ୍ତିବିଦ୍ୟା ଗବେଷଣା କେନ୍ଦ୍ରର ଡି.ଏସ୍‍.ଏଲ୍‍.-ଫୋର୍‍ ଜୈବ କଣ୍ଟେନମେଣ୍ଟ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି, ଏଭଳି ପରିବର୍ତ୍ତନ ଦେଶରେ ବ୍ୟାପକ ସୁଯୋଗ ସୃଷ୍ଟି କରିଛି।

amit shah

୨୦୧୪ ମସିହାରେ ଦେଶର ଜୈବ ଅର୍ଥନୀତି ୧୦ ବିଲିୟନ୍‍ ଡଲାର ଥିବା ବେଳେ ୨୦୨୪ ଶେଷ ସୁଦ୍ଧା ଏହା ୧୬୬ ବିଲିୟନ୍‍ ଡଲାରକୁ ବୃଦ୍ଧି ପାଇଥିଲା। ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଷ୍ଟାର୍ଟ-ଅପ୍‍, ଜୈବ-ଇନକ୍ୟୁବେଟର ଏବଂ ପେଟେଣ୍ଟ ସଂଖ୍ୟାରେ ଘଟିଥିବା ଅଭିବୃଦ୍ଧି ଉପରେ ଶ୍ରୀ ଶାହା ଏହି ଅବସରରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀନଗର ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ଜୈବ କଣ୍ଟେନମେଣ୍ଟ ବ୍ୟବସ୍ଥା ଏ କ୍ଷେତ୍ରରେ ପୁନେ ପରେ ଦେଶର ଦ୍ୱିତୀୟ ସର୍ବବୃହତ ପ୍ରତିଷ୍ଠାନ ହେବ। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି।

ତିନିଦିନିଆ ଗୁଜୁରାଟ ଗସ୍ତ ଅବସରରେ ଶ୍ରୀ ଶାହା ଆଜି ଗାନ୍ଧୀନଗର ଜିଲ୍ଲାର ମନସା ପୌରପାଳିକା ଅଞ୍ଚଳରେ ୨୬୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+