କଂଗ୍ରେସ ସହ ଆସନ ବୁଝାମଣାକୁ ନେଇ ଶେଷ ଆଲୋଚନା କରିବେ ସପାର ଏହି ୩ ନେତା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ତିନିଜଣ ନେତା କଂଗ୍ରେସର ସହଯୋଗୀ କମିଟି ସହିତ ଆସନ ବୁଝମଣା ଉପରେ ଶେଷ ଆଲୋଚନା କରିବେ । ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ସମାଜବାଦି ପାର୍ଟିର ପ୍ୟାନେଲ ଇଣ୍ଡିଆ ମିଳିତ ମଞ୍ଚରେ ଆସନ ବୁଝମାଣ ସମ୍ପର୍କରେ ଆଲୋଚନା ଚୂଡାନ୍ତ କରିବ । ଅଖିଳେଶ ଯାଦବ କଂଗ୍ରେସ ସଭାପତିଙ୍କୁ ଏକ ଚିଠି ଲେଖି ଏହି ସୂଚନା ଦେଇଛନ୍ତି । ଏହି ପ୍ୟାନେଲରେ ସାପାର ସାଧାରଣ ସମ୍ପାଦକ ରାମ ଗୋପାଳ ଯାଦବ, ରାଜ୍ୟସଭା ସାଂସଦ ଜାଭେଦ ଅଲି, ସାପା ବିଧାୟକ ଲାଲଜୀ ଭର୍ମା ଏବଂ ସାପା ବିଧାୟକ ସାଙ୍ଗରାମ ସିଂ ଯାଦବ, ପୂର୍ବତନ ଏମଏଲସି ଉଦୟବୀର ସିଂ ଏହି ପ୍ୟାନେଲରେ ସାମିଲ ହୋଇଛନ୍ତି ।

ଏହାପୂର୍ବରୁ ୯ ଜାନୁଆରୀରେ ସପା ଏବଂ କଂଗ୍ରେସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ବ ଠକ ଜାନୁଆରୀ ୧୨ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁଥିଲା , କିନ୍ତୁ ଏହି ବୈଠକରେ ଜାନୁଆରୀ ୧୫ ରେ ଅନୁଷ୍ଠିତ ହେବ । ଏପଟେ ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରିୟ ଲୋକ ଦଳ କୌଣସି ବୈଠକରେ ଭାଗ ନେଇ ନାହାଁନ୍ତି ।
କାହାକୁ ମିଳିବ କେତେ ସିଟ?
ବିଶ୍ୱାସ କରାଯାଉଛି ଯେ ସପା ନିଜେ ୬୫ ଟି ଆସନରେ ନିର୍ବାଚନ ଲଢ଼ିବ ଏବଂ ଆପ୍ନା ଦଳ କମେରାବାଦୀର ପ୍ରାର୍ଥୀଙ୍କୁ ନିଜ ନିର୍ବାଚନୀ ପ୍ରତୀକରେ ନିର୍ବାଚନ ଲଢ଼ିବେ । ଆହୁରି ମଧ୍ୟ, ଆରଏଲଡି ୱେଷ୍ଟର୍ଣ୍ଣ ୟୁପିରେ ୮-୧୦ ସିଟ୍ ଦାବି କରିପାରେ । କଂଗ୍ରେସ ମଧ୍ୟ ୧୫-୨୦ ଟି ଆସନ ମାଗିଛି ।
ତଥାପି, ସିଟ୍ ବାଣ୍ଟିବାର ଅନ୍ତିମ ଫର୍ମାଟ୍ ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ । ନିକଟରେ ଯେତେବେଳେ ଅଖିଳେଶଙ୍କୁ କଂଗ୍ରେସ ସହିତ ସାକ୍ଷାତ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ବୈଠକ ଠିକ୍ ଠାକ୍ ଚାଲିଛି ଏବଂ ଖୁବ୍ ଶୀଘ୍ର ଆମେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବୁ ।
ସୂତ୍ରରୁ ପ୍ରକାଶ ଯେ ୟୁପିର ୧୦୧-୧୫ ସିଟ୍ ପାଇଁ ସପା ତାହାର ପ୍ରର୍ଥୀଙ୍କ ନାମ ଚୁଡ଼ାନ୍ତ କରିଛି । ଅଖିଳେଶ ନିକଟରେ କହିଥିଲେ ଯେ ଆମେ ମକର ସଂକ୍ରାନ୍ତି ପରେ ପ୍ରଥମ ତାଲିକା ପ୍ରକାଶ କରିବୁ । ଯେଉଁ ଆସନରେ ସପା ପ୍ରାର୍ଥୀ ସ୍ଥିର ବୋଲି ବିବେଚନା କରାଯାଉଛି ସେଥିରୁ ମେନପୁରୀ, କନ୍ନୋଜ, ଆଜମଗଡ ଏବଂ ଫିରୋଜାବାଦ ଅନ୍ତର୍ଭୁକ୍ତ ।












Click it and Unblock the Notifications