Get Updates
Get notified of breaking news, exclusive insights, and must-see stories!

FASTagରେ ବାରମ୍ବାର ରିଚାର୍ଜ କରିବା ଟେନ୍‌ସନ୍‌ ଗଲା, ଥରେ ଆକ୍ଟିଭ କଲେ ବର୍ଷେ !

ବାରମ୍ବାର ରାଜପଥ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ସରକାର । ରିପୋର୍ଟ ମୁତାବକ ଏହି ପାସ୍ ଆସନ୍ତା ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବ । ଏକ ବର୍ଷ ପାଇଁ FASTag ପାଇଁ ୩,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହା ବଦଳରେ ରାଜପଥ ଯାତ୍ରୀଙ୍କୁ ୨୦୦ଟି ଟୋଲ୍-ମୁକ୍ତ ଯାତ୍ରା କିମ୍ବା ଏକ ବର୍ଷର ବୈଧତା ମିଳିବ । ନିୟମିତ ଯାତ୍ରୀମାନଙ୍କ ପାଇଁ ବାରମ୍ବାର ଟୋଲ୍ ଦେୟ ପରିବର୍ତ୍ତେ ଏକକ, ସୁଲଭ ବାର୍ଷିକ ଶୁଳ୍କ ମାଧ୍ୟମରେ ସୁବିଧା ଯୋଗାଇବା ଏହି ପାସ୍‌ର ମୂଳ ଉଦ୍ଦେଶ୍ୟ ।

ଯେଉଁମାନେ ବାରମ୍ବାର ଯାତ୍ରା କରନ୍ତି, ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ପାସକୁ ସକ୍ରିୟ କରିବା ସୁନିଶ୍ଚିତ କରିବା ଉଚିତ୍, କାରଣ ଏହା ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି ।ଏହି ପାସର ସକ୍ରିୟକରଣ, କଭରେଜ୍, ବୈଧତା ଏବଂ ଯୋଗ୍ୟତା ବିଷୟରେ ସମସ୍ତ ତଥ୍ୟ ଏଠାରେ ଦିଆଗଲା ।

The tension of repeatedly recharging FASTag is gone once activated it lasts for a year

FASTag ବାର୍ଷିକ ପାସ୍ କ'ଣ?

FASTagର ନୂଆ ବାର୍ଷିକ ପାସ୍ ବ୍ୟବସ୍ଥା ଦ୍ୱାରା ବ୍ୟକ୍ତିଗତ କାର୍/ଜିପ୍/ଭ୍ୟାନକୁ ନିର୍ଦ୍ଦିଷ୍ଟ ଜାତୀୟ ରାଜପଥ ଏବଂ ଜାତୀୟ ଏକ୍ସପ୍ରେସୱେ ଫି' ପ୍ଲାଜାରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ପାସ୍‌ ମାଧ୍ୟମରେ ଏକ ବର୍ଷ କିମ୍ବା ୨୦୦ଟି ଯାତ୍ରା ପାଇଁ ବିନା କୌଣସି ବ୍ୟବହାରକାରୀ ଶୁଳ୍କରେ ମାଗଣା ଯାତ୍ରା କରିପାରିବେ ରାଜପଥ ଗାଡ଼ିଚାଳକ ।

କେବେଠାରୁ କାର୍ଯ୍ୟକାରୀ ହେବ?

FASTag ବାର୍ଷିକ ପାସ୍ ବ୍ୟବସ୍ଥା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ । ଏହି ବାର୍ଷିକ ପାସ୍‌କୁ କେବଳ 'ରାଜମାର୍ଗଯାତ୍ରା' ମୋବାଇଲ୍ ଆପ୍ଲିକେସନ୍ ଏବଂ NHAI ୱେବ୍‌ସାଇଟ୍‌ରେ ଆକ୍ଟିଭ୍‌ କରାଯାଇପାରିବ ।

ବାର୍ଷିକ ପାସ୍ କିପରି ଆକ୍ଟିଭ୍‌ ହେବ?

ଗାଡ଼ି ଏବଂ ଗାଡ଼ିରେ ଲାଗିଥିବା FASTagର ଯୋଗ୍ୟତା ଯାଞ୍ଚ କରିବା ପରେ ବାର୍ଷିକ ପାସ୍ ଆକ୍ଟିଭ୍‌ ହେବ । ଯାଞ୍ଚ ପରେ, ଉପଭୋକ୍ତାଙ୍କୁ ୨୦୨୫-୨୬ ବର୍ଷ ପାଇଁ 'ରାଜମାର୍ଗଯାତ୍ରା' ମୋବାଇଲ୍ ଆପ୍ଲିକେସନ୍ କିମ୍ବା NHAI ୱେବସାଇଟ୍ ମାଧ୍ୟମରେ ୩,୦୦୦ ଟଙ୍କା ଦେୟ ଦେବାକୁ ପଡିବ । ଦେୟ ନିଶ୍ଚିତ ହେବା ପରେ, ପଞ୍ଜୀକୃତ FASTag ଉପରେ ବାର୍ଷିକ ପାସ୍ ସାଧାରଣତଃ ୨ ଘଣ୍ଟା ମଧ୍ୟରେ ଆକ୍ଟିଭ୍‌ ହୋଇଯିବ ।

କେଉଁ ଟୋଲ୍‌ ପ୍ଲାଜାଗୁଡ଼ିକ ଏହି ପାସ୍ ଅଧୀନରେ ଆସୁଛି ?

ଏହା କେବଳ ଜାତୀୟ ରାଜପଥ(NH) ଏବଂ ଜାତୀୟ ଏକ୍ସପ୍ରେସ୍‌ୱେ (NE) ଫି ପ୍ଲାଜାରେ ବୈଧ ରହିବ । ରାଜ୍ୟ ସରକାର କିମ୍ବା ସ୍ଥାନୀୟ ସଂସ୍ଥା ଦ୍ୱାରା ପରିଚାଳିତ ଏକ୍ସପ୍ରେସୱେ, ରାଜ୍ୟ ରାଜପଥ (SH) ଇତ୍ୟାଦିରେ ଥିବା ଫି ପ୍ଲାଜା, ପାର୍କିଂ ଇତ୍ୟାଦି ସ୍ଥାନରେ FASTag ଏକ ନିୟମିତ FASTag ଭାବରେ କାର୍ଯ୍ୟ କରିବ ଏବଂ ପ୍ରଯୁଜ୍ୟ ବ୍ୟବହାରକାରୀ ଶୁଳ୍କ ଲାଗୁ ହୋଇପାରେ ।

ବାର୍ଷିକ ପାସର ବୈଧତା କେତେ ଦିନ ?

ବାର୍ଷିକ ପାସ୍ ଆକ୍ଟିଭ୍‌ ହେବା ତାରିଖରୁ ଏକ ବର୍ଷ କିମ୍ବା ୨୦୦ଟି ଟୋଲ୍‌ଗେଟ୍‌ ଯାତ୍ରା ପର୍ଯ୍ୟନ୍ତ ବୈଧ ରହିବ । ୨୦୦ଟି ଯାତ୍ରା କିମ୍ବା ଆକ୍ଟିଭ୍‌ ହେବାର ତାରିଖରୁ ଏକ ବର୍ଷ ପୂରଣ କଲା ପରେ, ଏହା ଆପେଆପେ ଏକ ନିୟମିତ FASTag ଭାବେ କାର୍ଯ୍ୟ କରିବ । ବାର୍ଷିକ ପାସ୍‌ର ସୁବିଧା ଜାରି ରଖିବା ପାଇଁ, ଉପଭୋକ୍ତାଙ୍କୁ ବାର୍ଷିକ ପାସ୍‌କୁ ପୁଣି ଆକ୍ଟିଭ୍‌ କରିବାକୁ ପଡିବ ।

ବାର୍ଷିକ ପାସ୍ ସମସ୍ତ ପ୍ରକାରର ଯାନ ପାଇଁ ଉପଲବ୍ଧ କି ?

FASTagର ବାର୍ଷିକ ପାସ୍‌ ବ୍ୟବସ୍ଥା ସମସ୍ତ ଗାଡ଼ି ପାଇଁ ପ୍ରଯୁଯ୍ୟ ହେବନାହିଁ । ବାର୍ଷିକ ପାସ୍ କେବଳ VAHAN ଡାଟାବେସ୍ ମାଧ୍ୟମରେ ଯାଞ୍ଚ ପରେ ବ୍ୟକ୍ତିଗତ ଓ ଅଣ-ବାଣିଜ୍ୟିକ(Commercial) କାର୍/ଜିପ୍/ଭ୍ୟାନ୍ ପାଇଁ ପ୍ରଯୁଜ୍ୟ । କୌଣସି କମର୍ସିଆଲ ଗାଡ଼ିରେ ଏହାର ବ୍ୟବହାର ବିନା କୌଣସି ସୂଚନାରେ ତୁରନ୍ତ ନିଷ୍କ୍ରିୟକରଣର(Deactivate) କାରଣ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+