୨୭ ବର୍ଷର ରେକର୍ଡ ଭାଙ୍ଗିଲା ଏହି ରାଜ୍ୟର ତାପମାତ୍ରା
ବର୍ତ୍ତମାନ ସାରା ଦେଶରେ ପ୍ରବଳ ଗରମ ଅନୁଭୂତ ହେଉଛି । ଅନେକ ସ୍ଥାନରେ ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ କରାଯାଇଛି । ରାଜସ୍ଥାନରେ ଚଳିତ ବର୍ଷ ଗରମ ଗତ ୨୭ ବର୍ଷର ରେକର୍ଡ ଭାଙ୍ଗିଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୪୬ ଡିଗ୍ରୀ ସେଲସିୟସରେ ପହଞ୍ଚିଛି, ଯେତେବେଳେ ପାଣିପାଗ ବିଭାଗ ଆଗାମୀ ତିନି ଦିନ ପାଇଁ ତୀବ୍ର ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରିଛି। ଏପ୍ରିଲ୍ ପ୍ରଥମ ସପ୍ତାହରେ ଏତେ ପ୍ରବଳ ଗରମ ହେବା ଅସାଧାରଣ ବୋଲି ଅନେକ ଲୋକ ଦାବି କରିଛନ୍ତି ।
ସୂଚନା ଅନୁସାରେ, ରବିବାର ରାଜସ୍ଥାନର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ବାରମେର ଏବଂ ଜୈସଲମେର ସର୍ବାଧିକ ଉତ୍ତପ୍ତ ଥିଲା, ଯଥାକ୍ରମେ ୪୫.୬ ଏବଂ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ସେହିପରି ବିକାନେର, ଯୋଧପୁର ଏବଂ କୋଟା ଭଳି ସହରରେ ଗରମ ପ୍ରବାହ ଜାରି ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ୭ ରୁ ୯ ଏପ୍ରିଲ ମଧ୍ୟରେ ବିକାନେର, ଯୋଧପୁର, ଉଦୟପୁର, କୋଟା ଏବଂ ଜୟପୁର ଡିଭିଜନରେ ଗରମ ଆହୁରି ବଢିବା ସମ୍ଭାବନା ରହିଛି । ବିକାନେର ଜିଲ୍ଲାରେ ମଧ୍ୟ ପ୍ରବଳ ଗରମ ହୋଇ ଅନୁଭୂତ ହୋଇଥିଲା ।












Click it and Unblock the Notifications