ସମଲିଙ୍ଗୀଙ୍କୁ ଅଧିକାର ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହର ସ୍ୱୀକୃତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କର ଆଜି ରାୟ ଆସିଲା । ମେ' ମାସରେ ସୁପ୍ରିମକୋର୍ଟଙ୍କ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜିଆଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ତପୀଠ ଏହି ମାମଲାର ଶୁଣାଣି କରିଛି । ଏଥିରେ ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ପିଏସ୍ ନରସିଂହ, ଜଷ୍ଟିସ୍ ସଞ୍ଜୟ କିଷାନ କୌଲ୍, ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟ ସାମିଲ ଅଛନ୍ତି ।
ମେ' ମାସରେ ସୁପ୍ରିମକୋର୍ଟ ଏହା ଉପରେ ଦୀର୍ଘ ଦିନ ଧରି ଶୁଣାଣି କରୁଥିଲେ । ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ହେତୁ କେଉଁ ଆଇନଗତ ଏବଂ ସାମାଜିକ ସମସ୍ୟା ଉପୁଜିବ ସେ ନେଇ ଏକ ଦୀର୍ଘ ବିତର୍କ ହୋଇଥିଲା।
ସମଲିଙ୍ଗୀ ବିବାହକୁ ନେଇ କ'ଣ କହିଳେ ସୁପ୍ରିମକୋର୍ଟ
- 1-ନିଜ ଜୀବନସାଥୀ ବାଛିବା ପାଇଁ ସମସ୍ତଙ୍କ ପାଖରେ ଅଧିକାର ଅଛି ଓ ମିଳିବା ଉଚିଚ୍, ପ୍ରତ୍ୟେକ ମଣିଷ ନିଜ ପାଇଁ ସାଥୀ ଖୋଜିଥାଏ ଏବଂ ପ୍ରେମ ମଣିଷର ପ୍ରକୃତି ।
- 2-ବୈଷମ୍ୟ ବିରୋଧୀ ଆଇନ୍ ବା ଆଣ୍ଟି ଡିସ୍ କ୍ରିମିନେସନ୍ ଲ'ଅଣାଯାଉ
- 2-ସମଲିଙ୍ଗୀ ଯୋଡ଼ିଙ୍କ ସହ ପାତରଅନ୍ତର କରାଯିବା ଉଚିତ୍ ନୁହେଁ
- 3-ପୋଲିସ ସେମାନଙ୍କୁ ହଇରାଣ କରି ପାରିବ ନାହିଁ ।
- 4-ବିବାହ ଅଧିକାର ଉପରେ ସରକାର କମିଟି ଗଠନ କରନ୍ତୁ କାରଣ ପାର୍ଲାମେଣ୍ଚର ଅଧିକାରରେ କୋର୍ଟ ପ୍ରବେଶ କରିପାରିବ ନାହିଁ ।
- 5-ସରକାର ସମଲିଙ୍ଗୀଙ୍କୁ ଅଧିକାର ଦିଅନ୍ତୁ । କାରଣ ନିଜ ପାଇଁ ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କ ପାଖରେ ରହିଛି ।
ସୂଚନାଥାଉ ଯେ, ଆଜି ସମଲିଙ୍ଗୀ ବିବାହକୁ ଅନୁମତି ମିଳିଲା ନାହିଁ । ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ଏବଂ ସରକାରଙ୍କ ଉପରେ ଛାଡିଲେ ନିଷ୍ପତ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ତପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସ୍ୱତନ୍ତ୍ର ବିବାହ ଆଇନ୍ ଅଧିକାର କୋର୍ଟଙ୍କ ପାଖେର ନାହିଁ । ହେଲେ ସଂସଦ ଦ୍ୱାରା ଆଇନ୍ ଆସିଲେ ସମଲିଙ୍ଗୀ ବିବାହକୁ ସ୍ୱିକୃତି ମିଳିପାରିବ ।

ସୂଚନାଥାଉ ଯେ, ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ଦାବିରେ 18 ସମଲିଙ୍ଗୀ ଦମ୍ପତିଙ୍କ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା । ସମଲିଙ୍ଗୀ ବିବାହକୁ ଆଇନଗତ ତଥା ସାମାଜିକ ସ୍ତରରେ ସ୍ୱୀକୃତି ଦିଆଯିବା ଉଚିତ ବୋଲି ଆବେଦନରେ କୁହାଯାଇଛି ।
ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦିଆଯାଉ ବୋଲି ଆବେଦନକାରୀମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ବିବାହ ସଂସ୍କୃତି ଉପରେ ଆଧାରିତ ଏବଂ LDBTQ ଦମ୍ପତିମାନେ ମଧ୍ୟ ସେମାନଙ୍କର ଅଧିକାର ପାଇବା ଉଚିତ୍ । ବ୍ୟାଙ୍କିଂ ଏବଂ ବୀମା କ୍ଷେତ୍ରରେ ସ୍ୱାମୀ କିମ୍ବା ସ୍ତ୍ରୀ କିଏ ରେକର୍ଡ କରିବାର ଅଧିକାର ମଧ୍ୟ ପାଇବା ଉଚିତ୍ ।
ଆବେଦନକାରୀଙ୍କ ପକ୍ଷରୁ ଭାରତର ସମ୍ବିଧାନ, ଜାତିସଂଘର ମାନବିକ ଅଧିକାରର ଚାର୍ଟର୍, ଭେଦଭାବ ବିରୋଧରେ ଅଧିକାର ତଥା ସାରା ବିଶ୍ୱରେ LGBTQ ସମର୍ଥନରେ ଦିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଉଲ୍ଲେଖ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦାବିରେ କେନ୍ଦ୍ର ଏବଂ କେତେକ ରାଜ୍ୟ ବିରୋଧ କରିଛନ୍ତି । ବିବାହର ସାମାଜିକ ଧାରଣାକୁ ଦର୍ଶାଇ ଏହାକୁ ବିରୋଧ କରାଯାଉଛି ।












Click it and Unblock the Notifications