ବାବା ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରଣନ କରିବାକୁ ମନା କଲେ ସୁପ୍ରିମକୋର୍ଟ

ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣା ପୁଣି ଥରେ ସୁପ୍ରିମକୋର୍ଟରେ କ୍ଷମା ମାଗିଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଏହା ପୂର୍ବରୁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସାରିଛନ୍ତି ଉଭୟ ରାମଦେବ ଓ ବାଳକୃଷ୍ଣ । ମାତ୍ର ଏହାକୁ ଗ୍ରହଣ ନ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ବି ଚେତାଇ ଦେଇଛନ୍ତି ।

Baba Ramdev

ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ହିମା କୋହଲି ଓ ଏ. ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ । ଜାଣିଶୁଣି ତିନି ତିନି ଥର ଆମ ନିର୍ଦ୍ଦେଶକୁ ବେଖାତିର କରାଯାଇ ନିୟମକୁ ଉଲ୍ଲଘଂନ କରାଯାଇଛି। ତେଣୁ ଆମେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିବୁ ନାହିଁ।

ବିଚାରପତି କହିଛନ୍ତି, ଏହି ମାମଲା ନ୍ୟାୟଳୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆଇନ ଖିଲାପକାରୀମାନେ ଆମ ନିକଟକୁ ନିଜ କ୍ଷମା ପ୍ରାର୍ଥନା ପତ୍ର ପଠାଇବାକୁ ଉଚିତ ମଣିଲେ ନାହିଁ। ସେମାନେ ପ୍ରଥମେ ଏହାକୁ ଗଣମାଧ୍ୟମ ନିକଟକୁ ପଠାଇଲେ। ଗତକାଲି ରାତି ସାଢେ ୭ଟା ପର୍ଯ୍ୟନ୍ତ ଏହା ଆମ ପାଇଁ ଅପଲୋଡ ହୋଇ ନ ଥିଲା। ତେଣୁ ସେମାନେ ପ୍ରକୃତରେ ପ୍ରଚାର ଉପରେ ବିଶ୍ୱାସ କରୁଛନ୍ତି।

ଏଥିପାଇଁ ଉଭୟ କ୍ଷମା ପ୍ରାର୍ଥନା କରି ସାରିଥିବା ସେମାନଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ ଅବଗତ କରାଇଥିଲେ। ମାତ୍ର ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+