Get Updates
Get notified of breaking news, exclusive insights, and must-see stories!

ପେନ୍ନାୟାର୍‍ ନଦୀଜଳକୁ ନେଇ ତାମିଲ୍‍ନାଡ଼ୁ ଓ କର୍ଣ୍ଣାଟକ ବିବାଦର ସମାଧାନ ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପେନ୍ନାୟାର୍‍ ନଦୀଜଳ ବଣ୍ଟନକୁ ନେଇ ତାମିଲ୍‍ନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଥିବା ବହୁଦିନର ଦ୍ୱନ୍ଦ୍ୱକୁ ସମାଧାନ କରିବା ଲାଗି ଏକ ଟ୍ରିବ୍ୟୁନାଲ୍‍ ଗଠନ କରିବାକୁ ସୁପ୍ରିମ୍‍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‍ ବିକ୍ରମ ନାଥ ଓ ଜଷ୍ଟିସ୍‍ ଏନ୍‍.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ବେଞ୍ଚ୍‍ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ସହିତ ଏକମାସ ମଧ୍ୟରେ ଟ୍ରିବ୍ୟୁନାଲ୍‍ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

supreme court

ଜଷ୍ଟିସ୍‍ ନାଥ୍‍ କହିଛନ୍ତି, ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଲାଗି ଟ୍ରିବ୍ୟୁନାଲ୍‍ ଗଠନ ଦିଗରେ ବିଳମ୍ବ ହେବାର କୌଣସି କାରଣ ନାହିଁ । ପେନ୍ନାୟାର୍‍ ନଦୀ ଉପରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଚେକ୍‍ ଡ୍ୟାମ୍‍ ନିର୍ମାଣକୁ ନେଇ ୨୦୧୮ ମସିହାରେ ତାମିଲ୍‍ନାଡ଼ୁ ସରକାରଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । ଆନ୍ତଃରାଜ୍ୟ ନଦୀର ଜଳ ଏକ ଜାତୀୟ ସମ୍ପତ୍ତି ହୋଇଥିବା ଦୃଷ୍ଟିରୁ କୌଣସି ରାଜ୍ୟ ଏହା ଉପରେ ଏକକ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ବୋଲି ତାମିଲ୍‍ନାଡ଼ୁ ସରକାରଙ୍କ ପକ୍ଷରୁ ଅଦାଲତରେ ଦର୍ଶାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+