ବଡ ରାୟ ଦେଲେ ସୁପ୍ରିମକୋର୍ଟ ; ସେବା ନ କଲେ ମିଳିବ ନାହିଁ ପିତାମାତାଙ୍କ ସମ୍ପତ୍ତି

ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ ସ୍ବାର୍ଥ ରକ୍ଷା ପାଇଁ ୨୦୦୭ରେ କରାଯାଇଥିବା ଆଇନର ବ୍ୟାଖ୍ୟା କରୁଥିବାବେଳେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ମଧ୍ୟପ୍ରଦେଶର ଛତ୍ରପୁର ଏହି ମାମଲାରେ ମାଆ ପୁଅକୁ ଦେଇଥିବା ଗିଫ୍ଟ ଡିଡକୁ ବାତିଲ କରିଦେଇଛନ୍ତି। ଫେବୃଆରୀ ୨୮ ସୁଦ୍ଧା ପୁଅର ସମ୍ପତ୍ତିକୁ ତାଙ୍କ ମା'ଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Supreme Court
ସୁପ୍ରିମକୋର୍ଟର ଜଷ୍ଟିସ ସିଟି ରବିକୁମାର ଏବଂ ସଞ୍ଜୟ କରୋଲଙ୍କ ଏକ ବେଞ୍ଚ କହିଛନ୍ତି ଯେ ମାତାପିତା ତଥା ବରିଷ୍ଠ ନାଗରିକ ଅଧିନିୟମ, ୨୦୦୭ ସମ୍ବନ୍ଧୀୟ ମାମଲାଗୁଡ଼ିକରେ କୋର୍ଟ ସଚେତନ ହେବା ଉଚିତ ଯାହା ବୟସ୍କଙ୍କୁ ସାହାଯ୍ୟ କରିବା ପାଇଁ କରାଯାଇଥିଲା। ଉପହାର କାରବାରରେ ଏହା ଲେଖା ହୋଇ ନାହିଁ ଯେ ପିଲା ଭବିଷ୍ୟତରେ ମାତାପିତାଙ୍କର ଯତ୍ନ ନେବେ, ତଥାପି ବେପରୁଆ ପିଲାଙ୍କୁ ଏହି ଆଧାରରେ ସମ୍ପତ୍ତି ଅଧିକାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ।

୨୦୦୭ରେ ପ୍ରସ୍ତୁତ ଆଇନର ଧାରା ୨୩ କହିଛି ଯେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଯଦି ଜଣେ ବରିଷ୍ଠ ନାଗରିକ ତାଙ୍କ ସମ୍ପତ୍ତି କାହାକୁ ଉପହାର କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରଦାନ କରନ୍ତି ସେହି ସର୍ତ୍ତ ଅନୁଯାୟୀ ସମ୍ପତ୍ତି ପ୍ରାପ୍ତକର୍ତ୍ତା ସେହି ବରିଷ୍ଠ ନାଗରିକଙ୍କ ଯତ୍ନ ନେବେ, ଯଦି ଏହା ନହୁଏ, ତେବେ ବିବେଚନା କରାଯିବ ଯେ ସମ୍ପତ୍ତି ହସ୍ତାନ୍ତର ଠକେଇ କିମ୍ବା ଧମକ ଦ୍ୱାରା କରାଯାଇଛି। ଟ୍ରିବ୍ୟୁନାଲ ଏହି ଟ୍ରାନ୍ସଫରକୁ ରଦ୍ଦ ଘୋଷଣା କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+