ବଡ ରାୟ ଦେଲେ ସୁପ୍ରିମକୋର୍ଟ; ଧାର୍ମିକ ପୂଜାସ୍ଥଳୀରେ ସର୍ଭେ ଉପରେ ଲଗାଇଲେ ରୋକ
ମସଜିଦ ସମେତ ବିଭିନ୍ନ ପୂଜାସ୍ଥଳୀଗୁଡିକରେ ଚାଲିଥିବା ସର୍ଭେକୁ ସାମୟିକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକର ଶୁଣାଣି ଆରମ୍ଭ କରି ଏଭଳି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଏହା ସହିତ ମନ୍ଦିର-ମସଜିଦ ସହ ଜଡିତ କୌଣସି ମାମଲା ଉପରେ ଦେଶର କୌଣସି ଅଦାଲତ ଏବେ ପାଇଁ ଶୁଣାଣି କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ଗୁରୁବାର ପୂଜାସ୍ଥଳୀ ଆଇନ ୧୯୯୧ ପ୍ରସଙ୍ଗରେ ନିଜର ମତାମତ ଦେବାକୁ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ମତାମତ ବିନା କୋର୍ଟ ଏହା ଉପରେ କୌଣସି ରାୟ ଦେବେ ନାହିଁ। ଏହା ସହିତ ମାମଲାର ଶୁଣାଣି ଚାଲିଥିବା ପର୍ଯ୍ୟନ୍ତ ଯଦି ମନ୍ଦିର-ମସଜିଦ ସହ ଜଡିତ କୌଣସି ସ୍ଥାନରେ କିଛି ବିବାଦ ଉପୁଜେ, ଏହାକୁ ନେଇ ମାମଲା ରୁଜୁ ହେବ। ହେଲେ ନିମ୍ନ ଅଦାଲତ ଏହା ଉପରେ କିଛି ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications